ବି. ଆଇ. ପି. ଏଫ୍. ସୁକିନ୍ଦା ଆଇ ଟି ଆଇ ରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପ୍ରମୁଖ ଇଞ୍ଜିନିୟରିଂ କମ୍ପାନୀ ରେ ନିଯୁକ୍ତି l

ଯାଜପୁର (ସୁକିନ୍ଦା) - ବି. ଆଇ. ପି. ଏଫ୍. ସୁକିନ୍ଦା ଆଇ ଟି ଆଇ ରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ କ୍ୟାମ୍ପସ୍ ପ୍ଲେସମେଣ୍ଟ ରେ ବହୁରଷ୍ଟ୍ରୀୟ ଇଞ୍ଜିନିୟରିଙ୍ଗ କମ୍ପାନୀ ଏଲ୍ ଆଣ୍ଡ୍ ଟି ଲିମିଟେଡ ୨୦୧୮-୨୦ ବର୍ଷ ର ୫୩ ଜଣ ଛାତ୍ରଛାତ୍ରୀ ଙ୍କୁ ପ୍ରଶିକ୍ଷକ ଭାବେ ଚୟନ କରିଛି l ସେମାନଙ୍କ ମଧ୍ୟରୁ ୩୨ ଜଣ ଫିଟର ୨୧ ଜଣ ଇଲେକ୍ଟ୍ରିକାଲ୍ ରେ ସ୍ଥାନ ପାଇଛନ୍ତି l
ମନୋନୀତ ୫୩ ଜଣ ଛାତ୍ରଛାତ୍ରୀ ଙ୍କୁ କଟକ ଗୋପାଳପୁର ଠାରେ ଥିବା ଏଲ୍ ଏଣ୍ଡ୍ ଟି କମ୍ପାନୀ ର ସିଏସ୍ ଟି ଆର୍ ତାଲିମ୍ କେନ୍ଦ୍ରରେ ମାସିକ ଷ୍ଟାଇପେଣ୍ଡ ଓ ମାଗଣା ରହିବା ସୁବିଧା ସହିତ ତିନି ମାସ ର ନିଯୁକ୍ତି କାଳୀନ ତାଲିମ୍ ଚାଲୁ ରଖିଛନ୍ତି l ଏହି ତିନି ମାସ ତାଲିମ୍ କର୍ଯ୍ୟ ପରେ ସେମାନଙ୍କୁ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ ରେ ମାସିକ ପ୍ୟାକେଜ ସହିତ କମ୍ପାନୀ ବିଭିନ୍ନ ସ୍ଥାନରେ ଥିବା ପ୍ରୋଜେକ୍ଟ ରେ ନିଯୁକ୍ତ କରିବ I
ପୂର୍ବରୁ ଏଲ୍ ଏଣ୍ଡ ଟି କମ୍ପାନୀ ୨୦୧୭-୧୯ ବ୍ୟାଚ୍ ବି. ଆଇ. ପି. ଏଫ୍ର. ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦେଇଥିଲେ, ଯେଉଁମାନେ କି ଆଜି ମାସିକ ୨୦୦୦୦ ରୁ ଅଧିକ ବେତନରେ କାର୍ଯ୍ୟରତ ଅଛନ୍ତି l
୨୦୧୬ ମସିହା ରେ ଯାଜପୁର ଜିଲ୍ଲା ର ସୁକିନ୍ଦା ଠାରେ ପ୍ରତିଷ୍ଠିତ ବି. ଆଇ. ପି. ଏଫ୍. ଆଇ ଟି ଆଇ ଅତ୍ୟାଧୁନିକ ଗୁଣାତ୍ମକ ଆବସିକ ଶିଳ୍ପ ତାଲିମ କେନ୍ଦ୍ର ଯାହାକି ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲୋୟେଜ ଲିମିଟେଡ୍ ଏବଂ ଓଡ଼ିଶା ସରକାର ଙ୍କ ଦ୍ଵାରା'' ବିକାଶ ରେ ଭାଗୀଦାରୀ କର୍ଯ୍ୟକ୍ରମ '' ର ଏକ ଅଂଶ I ଏହି ଆଇ ଟି ଆଇ କେନ୍ଦ୍ର ଟି କ୍ଵାଲିଟି କଣ୍ଟ୍ରୋଲ ଅପ୍ ଇଣ୍ଡିଆ, ଭାରତ ସରକାରଙ୍କ ଅଧିନରେ ଥିବା ଡି ଜି ଇ ଏଣ୍ଡ୍ ଟି ର ଏନ୍ ସି ଭି ଟି ସହିତ ଅନୁବନ୍ଧିତ l ଏହି ଶିଳ୍ପ ତାଲିମ କେନ୍ଦ୍ର ଟି ଯୁବକ ଯୁବତୀ ମାନଙ୍କୁ ଉତମ ନିଯୁକ୍ତି ସୁଯୋଗ ଯୋଗାଇ ଦେବାକୁ ୱଲଡ଼ର, ଫିଟର ଓ ଇଲେକ୍ଟ୍ରିକାଲ୍ କ୍ଷେତ୍ରରେ ଗୁଣାତ୍ମକ ମାନ ର ଶିକ୍ଷା ଯୋଗାଇ ଦେବା ରେ ଏକ ଫଳପ୍ରଦ ପଦ୍ଧତି ଉପରେ ଧ୍ୟାନ ଦେଇଥାଏ l ୨୦୨୦ - ୨୧ ବର୍ଷ ପାଇଁ ମୋଟ ୧୧୯ ଛାତ୍ରଛାତ୍ରୀ ୩ଟି ଟ୍ରେଡ୍ ରେ ନାମ ଲେଖାଇଛନ୍ତି  l ଯାଜପୁର ଜିଲ୍ଲା ରୁ ୨୮ %, ରାଜ୍ୟରେ ୪୪% ତୁଳନାରେ ବି. ଆଇ. ପି. ଏଫ୍ ସୁକିନ୍ଦା ଆଇ ଟି ଆଇ ର ନାମଲେଖା ୫୪ ପ୍ରତିଶତ ଅଟେ l( ସୁକିନ୍ଦା ରୁ ଜୟନାରାୟଣ ମହାପାତ୍ର ଙ୍କ ରିପୋର୍ଟ) 

B. I.   P. F. Students from Sukinda ITI have been recruited to major engineering companies. 
Jajpur (Sukinda) - B. I. P. F. The multinational engineering company L&T Ltd. has selected 53 students from 2019-20 as coaches in a campus placement for students who have graduated from Sukinda ITI l 32 of them are electricians.
 The selected 53 students are being trained for three months with monthly stipends and free stay at L&T Company's CSTR training center at L&T Company in Gopalpur, Cuttack. Will be employed in the on-site project I
 Earlier, L&T Company 2017-18 Batch B. I. P. Efr. Employed students who are currently earning more than $ 2,000 a month
 Established in 2014 at Sukinda in Jajpur district. I. P. F. ITI is a state-of-the-art quality vocational training center which is part of the 'Partnership Development Program' by Indian Metals and Ferroalloys Limited and the Government of Odisha. Affiliated with the NCVT of E&T l The Industrial Training Center focuses on an effective way to provide quality education in welding, fittings and electrical to provide better employment opportunities for young women l Total for 2020-21. 116 students have enrolled in 3 trades l 28% from Jajpur district, b. I. P. F Sukinda ITI enrollment is 56 per cent. (Report Jaya narayan Mohapatra, Sukinda) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !