Posts

Showing posts from September 28, 2021

ଭୁବନେଶ୍ୱର କ୍ଲବ ନିର୍ବାଚନ, ସଭାପତି ଭାବେ ନିର୍ବାଚିତ ହେଲେ ଅସିତ୍ ତ୍ରିପାଠୀ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) : - ବହୁ ଦିନରୁ ଖାଲିଥିବା ଭୁବନେଶ୍ବର କ୍ଲବ ର ଆସନ ପୂରଣ ହୋଇଛି l ଶେଷ ହୋଇଛି ଭୁବନେଶ୍ୱର କ୍ଲବର ନିର୍ବାଚନ । ଫଳାଫଳ ଘୋଷଣା ସରିଛି, ଯାହାର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର ଅସିତ୍ ତ୍ରିପାଠୀ । ସେ ତାଙ୍କ ପ୍ରତିଯୋଗୀଙ୍କଠାରୁ ୨୭୮ ଭୋଟ୍ ଅଧିକ ପାଇଁ ଭୁବନେଶ୍ୱର କ୍ଲବର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଅସିତ ତ୍ରିପାଠୀଙ୍କୁ ମୋଟ ୭୭୬ ଭୋଟ୍ ମିଳିଥିବାବେଳେ ତାଙ୍କ ପ୍ରତିଯୋଗୀ ବିଜୟ ପଟ୍ଟନାୟକଙ୍କୁ ୪୯୮ ଭୋଟ୍ ମିଳିଥିବା ସୂଚନା ମିଳିଛି । ଭୁବନେଶ୍ୱର କ୍ଲବର କର୍ମକର୍ତ୍ତା ନିର୍ବାଚନ ପାଇଁ ଶନିବାରଠାରୁ ଆରମ୍ଭ ହୋଇଥିଲା ମତଦାନ ପ୍ରକ୍ରିୟା । ଯାହାକି ରବିବାର ଶେଷ ହୋଇଥିଲା । ଦୁଇ ଦିନରେ ମୋଟ୍ ୧୨୬୯ ଜଣ ମତଦାନ କରିଥିବା ବେଳେ ସୋମବାର ଅପରାହଣ ଭୋଟ୍‌ ଗଣତି ହୋଇଥିଲା । କ୍ଲବର ନିର୍ବାଚନ ପାଇଁ ୫ଟି ବୁଥ୍ ହୋଇଥିବା ବେଳେ ୫ଟି ଲେଖାଏଁ ବାଲାଟ୍ ପେପର୍ ହୋଇଥିଲା । ସଦସ୍ୟମାନେ ପ୍ରାର୍ଥୀଙ୍କ ନାମ ନିକଟରେ କ୍ରସ୍‌ ଚିହ୍ନ‌ ମାରି ଭୋଟ୍ ଦେଇଥିଲେ । ନିର୍ବାଚନ ସରିବା ପରେ ଜଉମୁଦ ଦେଇ ଭୋଟ୍‌ ବାକ୍ସଗୁଡ଼ିକୁ ସିଲ୍‌ କରାଯାଇଥିଲା । ଯାହାକୁ ଆଜି ଅପରାହଣ ଖୋଲାଯିବା ସହିତ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ତେବେ ଦୀର୍ଘ ବର୍ଷ ପରେ ସଭାପତି ପଦ ପାଇଁ ଭୋଟିଂ ହେବା ସହ ଅସିତ୍ ତ୍ରିପ