Posts

Showing posts from March 6, 2022

ସମ୍ମିଳିତ ହିନ୍ଦୁତ୍ବ ସୁରକ୍ଷା ମହାକ୍ରାନ୍ତି ତରଫରୁ "ହିନ୍ଦୁ ମହାକୁମ୍ଭ" ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ) :-  ଭୁବନେଶ୍ଵର କେଦାର ଗୌରୀ ମନ୍ଦିର ନିକଟସ୍ଥ ସିଦ୍ଧି ମଣ୍ଡପ ଠାରେ ସମ୍ମିଳିତ ହିନ୍ଦୁତ୍ବ ସୁରକ୍ଷା ମହାକ୍ରାନ୍ତି ତରଫରୁ ଆଗାମୀ ଜୁନ ମାସରେ ହେବାକୁ ଥିବା" ହିନ୍ଦୁ ମହାକୁମ୍ଭ " କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀ। ଓଡ଼ିଶାର ୨୫ ରୁ ଊର୍ଦ୍ଧ୍ବ ହିନ୍ଦୁତ୍ବବାଦୀ ସଂଗଠନ ମାନଙ୍କ ମିଳିତ ଉଦ୍ୟମରେ ସଂଗଠିତ " ସମ୍ମିଳିତ ହିନ୍ଦୁତ୍ବ ସୁରକ୍ଷା ମହାକ୍ରାନ୍ତି" ତରଫରୁ ସମସ୍ତ ଜିଲ୍ଲାର ବରେଣ୍ୟ ସାଧୁସନ୍ଥ ଓ ସଂଗଠକ ମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ହିନ୍ଦୁ ଧର୍ମ ପ୍ରତି ସରକାରଙ୍କ ଉଦାସୀନତା , ଅନ୍ୟ ଧର୍ମକୁ ପ୍ରୋତ୍ସାହନ, ହିନ୍ଦୁମାନଙ୍କର ବଢୁଥିବା ସଙ୍କଟକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ହିନ୍ଦୁ ଏକତା, ହିନ୍ଦୁତ୍ବ ସୁରକ୍ଷା,ଗୋ ସୁରକ୍ଷା,ମଠ ମନ୍ଦିର ସଂରକ୍ଷଣ , ଧର୍ମାନ୍ତରୀକରଣ ଉପରେ ଅଙ୍କୁଶ ଏବଂ ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷଣାର ଆଭିମୁଖ୍ୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।  ଏହି ଆଭିମୁଖ୍ୟକୁ ନେଇ ବରିଷ୍ଠ ସଂଗଠକ ମାନେ ନିଜର ମତାମତ ପ୍ରଦାନ କରିଥିଲେ। ଏ କ୍ଷେତ୍ରରେ ପଦକ୍ଷେପ ସ୍ୱରୂପ ଆସନ୍ତା ଜୁନ ମାସରେ ଭୁବନେଶ୍ଵର ଠାରେ ଏକ "ହିନ୍ଦୁ ମହାକୁମ୍ଭ " ଆୟୋଜନ ହେବ ବୋଲି ବୈଠକ ରେ ନିଷ୍ପତି ନିଆଯାଇଛି। ଏହି କାର୍ଯ୍ୟକ୍ର