ସମ୍ମିଳିତ ହିନ୍ଦୁତ୍ବ ସୁରକ୍ଷା ମହାକ୍ରାନ୍ତି ତରଫରୁ "ହିନ୍ଦୁ ମହାକୁମ୍ଭ" ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ) :-  ଭୁବନେଶ୍ଵର କେଦାର ଗୌରୀ ମନ୍ଦିର ନିକଟସ୍ଥ ସିଦ୍ଧି ମଣ୍ଡପ ଠାରେ ସମ୍ମିଳିତ ହିନ୍ଦୁତ୍ବ ସୁରକ୍ଷା ମହାକ୍ରାନ୍ତି ତରଫରୁ ଆଗାମୀ ଜୁନ ମାସରେ ହେବାକୁ ଥିବା" ହିନ୍ଦୁ ମହାକୁମ୍ଭ " କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀ।
ଓଡ଼ିଶାର ୨୫ ରୁ ଊର୍ଦ୍ଧ୍ବ ହିନ୍ଦୁତ୍ବବାଦୀ ସଂଗଠନ ମାନଙ୍କ ମିଳିତ ଉଦ୍ୟମରେ ସଂଗଠିତ " ସମ୍ମିଳିତ ହିନ୍ଦୁତ୍ବ ସୁରକ୍ଷା ମହାକ୍ରାନ୍ତି" ତରଫରୁ ସମସ୍ତ ଜିଲ୍ଲାର ବରେଣ୍ୟ ସାଧୁସନ୍ଥ ଓ ସଂଗଠକ ମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ହିନ୍ଦୁ ଧର୍ମ ପ୍ରତି ସରକାରଙ୍କ ଉଦାସୀନତା , ଅନ୍ୟ ଧର୍ମକୁ ପ୍ରୋତ୍ସାହନ, ହିନ୍ଦୁମାନଙ୍କର ବଢୁଥିବା ସଙ୍କଟକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ହିନ୍ଦୁ ଏକତା, ହିନ୍ଦୁତ୍ବ ସୁରକ୍ଷା,ଗୋ ସୁରକ୍ଷା,ମଠ ମନ୍ଦିର ସଂରକ୍ଷଣ , ଧର୍ମାନ୍ତରୀକରଣ ଉପରେ ଅଙ୍କୁଶ ଏବଂ ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷଣାର ଆଭିମୁଖ୍ୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। 
ଏହି ଆଭିମୁଖ୍ୟକୁ ନେଇ ବରିଷ୍ଠ ସଂଗଠକ ମାନେ ନିଜର ମତାମତ ପ୍ରଦାନ କରିଥିଲେ। ଏ କ୍ଷେତ୍ରରେ ପଦକ୍ଷେପ ସ୍ୱରୂପ ଆସନ୍ତା ଜୁନ ମାସରେ ଭୁବନେଶ୍ଵର ଠାରେ ଏକ "ହିନ୍ଦୁ ମହାକୁମ୍ଭ " ଆୟୋଜନ ହେବ ବୋଲି ବୈଠକ ରେ ନିଷ୍ପତି ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତ ବର୍ଷର ବରେଣ୍ୟ ସାଧୁସନ୍ଥ, ବ୍ରାହ୍ମଣ,ସେବାୟତ, ସ୍ବେଚ୍ଛାସେବୀ ମାନଙ୍କୁ ନେଇ ଏକ ରାଷ୍ଟ୍ରୀୟ ସନ୍ଥ ସମ୍ମିଳନୀ ସହିତ ଶ୍ରୀ ସୁରଭି ମହାଯଜ୍ଞ ,ସନତାନୀ କଥା ଯଜ୍ଞ, ମହାମନ୍ତ୍ର ନାମ ଯଜ୍ଞ, ଶ୍ରୀ ସୁରଭି ଜପ ଯଜ୍ଞ ଓ କାମଧେନୁ ଅନ୍ନ ଯଜ୍ଞ ଅନୁଷ୍ଠିତ ହେବ। ମୁଖ୍ୟ ପଦକ୍ଷେପ ସ୍ୱରୂପ ସମସ୍ତ ସନାତନୀମାନଙ୍କୁ ଏକତ୍ରିତ କରି ଏକ ବିଶାଳ ଜନସମାବେଶର ଆୟୋଜନ କରାଯିବା ନିମନ୍ତେ ସିଦ୍ଧାନ୍ତ ନିଆଯାଇଛି।
ଆଜିର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସ୍ବାମୀ କ୍ରାନ୍ତି ସ୍ୱରୁପାନନ୍ଦ ଗିରି ଏବଂ ସତ୍ୟନାରାୟଣ ମିଶ୍ର ଏବଂ ପରିଚାଳନା କରିଥିଲେ ପ୍ରଦୀପ୍ତ କୁମାର୍ ତ୍ରିପାଠୀ। ସୁବାସ କୁମାର ମିଶ୍ର,ସିଂହାରୀ ଆଲୋକ ଖୁଣ୍ଟିଆ,କୃତିବାସ ରଥ,ଭୂପେଶ ନାୟକ ଓ ଦେବାଶିଷ ଭୂୟାଁଙ୍କ ସମ୍ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିଲା।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !