Posts

Showing posts from October 9, 2023

ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଣ୍ଡିତ୍ ଗୋପବନ୍ଧୁ ଦାଶଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l

Image
ବ୍ୟାସନଗରର(ବ୍ୟୁରୋ ରିପୋର୍ଟ ): - ଆଜି ଅକ୍ଟୋବର ୯ ତାରିଖ ଦେଶ ସାରା ପାଳନ କରାଯାଉଛି ଗୋପବନ୍ଧୁଙ୍କ ଜୟନ୍ତୀ l ଏହି ଅବସରରେ ସ୍ଥାନୀୟ ‘ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ’ରେ ପଣ୍ଡିତ୍ ଗୋପବନ୍ଧୁ ଦାଶଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ କଲେଜ ପରିସରରେ ଥିବା ମହାପୁରୁଷ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧା ପୂର୍ବକ ମାଲ୍ୟାର୍ପଣ କରାଯାଇ ଧୂପଦୀପ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଛାତ୍ରଛାତ୍ରୀଙ୍କ ସମେତ ପୂର୍ବତନ ଅଧ୍ୟକ୍ଷ ଡ଼ଃ. କୁଶଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ l ଗୋପବନ୍ଧୁଙ୍କ ଆଦର୍ଶ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।