Posts

Showing posts from March 17, 2021

ବାଲେଶ୍ଵର ବୋଟ୍ ମାଲିକ ହତ୍ୟାକାଣ୍ଡ ଘଟଣା ରେ ୮ ଜଣ ଗିରଫ I

Image
ବାଲେଶ୍ୱର(ବ୍ୟୁରୋ ରିପୋର୍ଟ) : - ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରର ବୋଟ୍‌ ମାଲିକ ବିଜୟ କୁମାର ପ୍ରଧାନଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୮ ଜଣ ଗିରଫ। ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ, ଗୁଳି, ଖଣ୍ଡା ଓ ଗାଡ଼ି ମଧ୍ୟ ଜବତ କରିଛି ପୋଲିସ୍‌ । ଅନ୍ୟ ଫେରାରଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସପି। ତେବେ ବିଦ୍ୟୁତ ତାର ଟାଣିବା ଘଟଣାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ସୂଚନା ଦେଇଛନ୍ତି ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ର। ବିଜୁଳି ସଂଯୋଗକୁ ନେଇ ବାଲେଶ୍ଵର ସଦର ଥାନା ଅନ୍ତର୍ଗତ କେଶପୁର ଗାଁରେ ଜାନୁଆରୀ ୧୯ ତାରିଖ ଦିନ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା । ଏହି ଘଟଣାରେ ବୋଟ୍‌ ମାଲିକ ବିଜୟ କୁମାର ପ୍ରଧାନ ଗାଁରେ ଆତଙ୍କ ଖେଳାଇଥିବା ଯୁବକଙ୍କ ବିରୋଧରେ ଥାନାକୁ ଯିବା ସହ ଗୋଟିଏ ଗୋଷ୍ଠୀକୁ ସମର୍ଥନ କରୁଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଅପରାଧୀମାନେ ବିଜୟଙ୍କୁ ଗତ ୧୫ ତାରିଖରେ ନାଉପାଳଗଡି ନିକଟରେ ଅତର୍କିତ ଆକ୍ରମଣ ପରେ ଗୁଳି କରିଥିଲେ। Eight people have been arrested in connection with the murder of a Balasore boat owner.  BALESWAR (Beuro Report): - Four people, including the main accused in the murder of Vijay Kumar Pradhan, a boat owner in Chandipur in B