Posts

Showing posts from April 14, 2022

ସୁକିନ୍ଦା ସାହିତ୍ୟ ସମାଜର ବିଷୁବ ମିଳନ ସମାରୋହ l

Image
ଯାଜପୁର (ସୁକିନ୍ଦା) :- ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ବିଷୁବ ମିଳନ ସାରସ୍ୱତ ସମାରୋହ ସ୍ଥାନୀୟ ଭାରତୀୟ ବିଦ୍ୟା ନିକେତନ ପରିସରରେ ୧୪ତାରିଖ (ଗୁରୁବାର)ଅନୁଷ୍ଠିତ ହୋଇଯାଇଛି l ଏହି ସାରସ୍ୱତ ସମାରୋହରେ ବ୍ୟଙ୍ଗ କବି ଜ୍ଞାନ ହୋତା ମୁଖ୍ୟ ଅତିଥି ଓ କବି ଜ୍ୟୋତି ନିରଞ୍ଜନ ପତି ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ l ସାହିତ୍ୟ ସମାଜର ସଭାପତି ପ୍ରାଧ୍ୟାପକ ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ରାଜ କିଶୋର ଆଚାରୀ ସ୍ୱାଗତ ଭାଷଣ ଓ ସଂଗଠନ ସମ୍ପାଦକ ଅଜୟ କୁମାର ଖୁଣ୍ଟିଆ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l   ସାହିତ୍ୟ ସମାଜର ସମ୍ପାଦକ ହିମାଂଶୁ ଶେଖର ଦ୍ବିବେଦୀ ବିବରଣୀ ପ୍ରଦାନ କରିବା ସହ ଅସୁସ୍ଥତା ବଶତଃ ଉତ୍ସବରେ ଯୋଗ ଦେଇନପାରି ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ପ୍ରେରିତ ବାର୍ତ୍ତା ପାଠ କରିଥିଲେ l ଏହି ଅବସରରେ ବ୍ୟଙ୍ଗ କବି ଜ୍ଞାନ ହୋତାଙ୍କୁ ସାହିତ୍ୟ ସମାଜ ପକ୍ଷରୁ ଫଳକ ଓ ଉତ୍ତରୀୟ ପ୍ରଦାନ କରାଯାଇ ବିଷୁବ ସମ୍ମାନରେ ସମ୍ମାନିତ କରାଯାଇଥିଲା l କୋଷlଧ୍ୟକ୍ଷ ମନୋରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଉପଲକ୍ଷେ ପୂର୍ବାହ୍ନରେ ଲବଙ୍ଗଲତା ପରିଡା ଓ ଦୀପ୍ତି ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ନିର୍ମଳ ଚନ୍ଦ୍ର ରାଉତ, ମାଧବାନ