ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ଙ୍କ ଦେହାନ୍ତ l

ଭୁବନେଶ୍ବର :- ଓଡ଼ିଶାର ସିନେ ଜଗତରୁ ଲିଭିଯାଉଛି ଗୋଟିଏ ପରେ ଗୋଟିଏ ଦୀପ l ଆରପାରିରେ ରାଇମୋହନ ପରିଡା l ଓଡିଆ ଚଳଚ୍ଚିତ୍ର ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା । ପାରିବାରିକ ଅସନ୍ତୋଷରୁ ଆତ୍ମହତ୍ୟା କରିଥିବା ସୂଚନା ।ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡ଼ାଙ୍କ ବାସଭବନରୁ ଝୁଲନ୍ତା ମୃତଦେହ ଠାବ I ଭୁବନେଶ୍ୱର ପ୍ରାଚୀ ବିହାର ଘରୁ ମିଳିଲା ଝୁଲନ୍ତା ମୃତଦେହ I ଓଡ଼ିଶାର ଜଣେ ପ୍ରଖ୍ୟାତ ଖଳନାୟକ ଭାବେ ପରିଚିତ ରାଇମୋହନ ପରିଡା । ତାଙ୍କର ଜନ୍ମ ୧୯୬୩ ମସିହାରେ । ତାଙ୍କର ଜନ୍ମ ସ୍ଥାନ ହେଉଛି କେଉଁଝର ର ଉଦୟପୁର ଗ୍ରାମରେ । ସେ ଚାରି ଝିଅ ରେ ଗୋଟିଏ ପୁଅ ଥିଲେ । ସେଥିପାଇଁ ପରିବାରରେ ସେ ବହୁତ ଗେଲ୍ହା ଥିଲେ । ତାଙ୍କ ବାପାଙ୍କ ନାମ ହେଉଛି ତ୍ରିଲୋକନାଥ ପରିଡା l ସେ ବିଏଲଡବ୍ଲ୍ୟୁ ଭାବେ କାର୍ଯ୍ୟ କରୁଥିଲେ । ମା ହେଉଛନ୍ତି ତିଳୋତ୍ତମା ପରିଡା । ରାଇମୋହନ ପରିଡାଙ୍କ ପତ୍ନୀଙ୍କ ନାମ ହେଉଛି ରଞ୍ଜିତା ପରିଡା ।ମନ ମୋହୁଥିଲେ ରାଇମୋହନ, ଓଡ଼ିଆ ସିନେ ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ଥିଲେ ରାଇମୋହନ l ଖଳନାୟକ ଭାବେ ଜୀବନ୍ତ ଅଭିନୟ ପାଇଁ ବେଶ୍ ପରିଚିତ ଥିଲେ, ପ୍ରାୟ ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ରାଇମୋହନ ପରିଡା l ଯାତ୍ରା ଜଗତରେ ବି ବେଶ୍ ପ୍ରସିଦ୍ଧ ଥିଲେ ରାଇମୋହନ l ମଞ୍ଚ...