ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ଙ୍କ ଦେହାନ୍ତ l

ଭୁବନେଶ୍ବର :- ଓଡ଼ିଶାର ସିନେ ଜଗତରୁ ଲିଭିଯାଉଛି ଗୋଟିଏ ପରେ ଗୋଟିଏ ଦୀପ l ଆରପାରିରେ ରାଇମୋହନ ପରିଡା l ଓଡିଆ ଚଳଚ୍ଚିତ୍ର ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା । ପାରିବାରିକ ଅସନ୍ତୋଷରୁ ଆତ୍ମହତ୍ୟା କରିଥିବା ସୂଚନା ।ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡ଼ାଙ୍କ ବାସଭବନରୁ ଝୁଲନ୍ତା ମୃତଦେହ ଠାବ I 
ଭୁବନେଶ୍ୱର ପ୍ରାଚୀ ବିହାର ଘରୁ ମିଳିଲା ଝୁଲନ୍ତା ମୃତଦେହ I ଓଡ଼ିଶାର ଜଣେ ପ୍ରଖ୍ୟାତ ଖଳନାୟକ ଭାବେ ପରିଚିତ ରାଇମୋହନ ପରିଡା । ତାଙ୍କର ଜନ୍ମ ୧୯୬୩ ମସିହାରେ । ତାଙ୍କର ଜନ୍ମ ସ୍ଥାନ ହେଉଛି କେଉଁଝର ର ଉଦୟପୁର ଗ୍ରାମରେ । ସେ ଚାରି ଝିଅ ରେ ଗୋଟିଏ ପୁଅ ଥିଲେ । ସେଥିପାଇଁ ପରିବାରରେ ସେ ବହୁତ ଗେଲ୍ହା ଥିଲେ । ତାଙ୍କ ବାପାଙ୍କ ନାମ ହେଉଛି ତ୍ରିଲୋକନାଥ ପରିଡା l ସେ ବିଏଲଡବ୍ଲ୍ୟୁ ଭାବେ କାର୍ଯ୍ୟ କରୁଥିଲେ । ମା ହେଉଛନ୍ତି ତିଳୋତ୍ତମା ପରିଡା । ରାଇମୋହନ ପରିଡାଙ୍କ ପତ୍ନୀଙ୍କ ନାମ ହେଉଛି ରଞ୍ଜିତା ପରିଡା ।ମନ ମୋହୁଥିଲେ ରାଇମୋହନ, ଓଡ଼ିଆ ସିନେ ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ଥିଲେ ରାଇମୋହନ l
ଖଳନାୟକ ଭାବେ ଜୀବନ୍ତ ଅଭିନୟ ପାଇଁ ବେଶ୍ ପରିଚିତ ଥିଲେ, ପ୍ରାୟ ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ରାଇମୋହନ ପରିଡା l ଯାତ୍ରା ଜଗତରେ ବି ବେଶ୍ ପ୍ରସିଦ୍ଧ ଥିଲେ ରାଇମୋହନ l
ମଞ୍ଚ ଉପରେ ରାଇଙ୍କ ଖଳନାୟକୀ ଦର୍ଶକଙ୍କୁ ରୋମାଞ୍ଚିତ କରୁଥିଲା l ହଠାତ୍ ତାଙ୍କର ମୃତ୍ୟୁ ଖବର ଶୁଣି ଚଳଚ୍ଚିତ୍ର ଓ ଯାତ୍ରା ଜଗତରେ ଦୁଃଖ ର ଛାୟା ଖେଳିଯାଇ ଥିଲା I ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଛାନଭିନ୍ ଜାରି। ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ ନେଲା ପୋଲିସ।ପୋଷ୍ଟମର୍ଟମ କରାଇବା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଗଲା!ମୃତ୍ୟୁ ପରେ ରାଇମୋହନଙ୍କ ଚକ୍ଷୁଦାନ କଲେ ପରିବାର ଲୋକ, କ୍ୟାପିଟାଲ ହସ୍ପିଟାଲରେ ଚକ୍ଷୁ ଦାନ କରାଯାଇଥିବା ସୂଚନା l ସ୍ୱର୍ଗଦ୍ୱାର ଗଲା ରାଇମୋହନ ଙ୍କ ମରଶରୀର I ପୁରୀ ସ୍ୱର୍ଗଦ୍ୱାରରେ ରାଇମୋହନଙ୍କ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !