Posts

Showing posts from March 18, 2021

ଅନୁଗୁଳ ଜିିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରୋଗୀଙ୍କୁ ମିଳୁନାହିଁ ସଠିକ୍ ସେବା I

Image
ଅନୁଗୋଳ(ବ୍ୟୁରୋ ରିପୋର୍ଟ) : - ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହିଳା ଓ ପ୍ରସୂତି ବିଭାଗ ରୋଗୀଙ୍କୁ ଠିକ୍‌ ଭାବେ ଅଲଟ୍ରାସାଉଣ୍ଡ ସେବା ମିଳୁନାହିଁ। ଦାୟିତ୍ୱରେ ଥିବା ମହିଳା ଡାକ୍ତର ଜଣକ ସ୍ବାମୀଙ୍କ ଚିକିତ୍ସା ପାଇଁ ବାରମ୍ବାର ଛୁଟିରେ ଯାଉଥିବାରୁ ଏହି ସେବା ଏକପ୍ରକାର ଠପ୍‌ ହୋଇଯାଇଥିବା ଅଭିଯୋଗ ହେଉଛି। ଦୀର୍ଘଦିନ ଧରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ନେଇ ଏପରି ଅବ୍ୟବସ୍ଥା ଯୋଗୁ ମହିଳା ରୋଗୀମାନେ ବାଧ୍ୟ ହୋଇ ଘରୋଇ ମେଡିକାଲ ଯାଇ ଖର୍ଚ୍ଚାନ୍ତ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ମେଡିକାଲ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତ ନଭେମ୍ବରରୁ ଜିଲା ମୁଖ୍ୟ ଚିକିତ୍ସାଳୟର ୬ଷ୍ଠ ମହଲାରେ ଥିବା ଅଲଟ୍ରାସାଉଣ୍ଡ ପ୍ରକୋଷ୍ଠ ବାରମ୍ବାର ବନ୍ଦ ରହୁଛି। ସ୍ବାମୀ ଅସୁସ୍ଥ ଥିବାରୁ ସମ୍ପୃକ୍ତା ମହିଳା ଡାକ୍ତର ୪ ମାସ ଛୁଟିରେ ଥିଲେ। ମାର୍ଚ୍ଚ ଶେଷ ଆଡକୁ ସେ କାର୍ଯ୍ୟରେ ଯୋଗଦେଇଥିଲେ ମଧ୍ୟ ନିୟମିତ ଡ୍ୟୁଟିକୁ ଆସିପାରୁ ନାହାନ୍ତି। ସ୍ବାମୀଙ୍କ ଅଧିକ ଚିକିତ୍ସା ନିମନ୍ତେ ସେ ବିଭିନ୍ନ ସମୟରେ ଛୁଟିରେ ଯାଉଛନ୍ତି। ତେଣୁ ଉକ୍ତ ଅଲଟ୍ରାସାଉଣ୍ଡ ପ୍ରକୋଷ୍ଠରେ ତାଲା ଝୁଲାଯାଉଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ବିନା ମୂଲ୍ୟରେ ଏହି ସେବା ମିଳୁଥିବାରୁ ଦୈନିକ ବହୁ ସଂଖ୍ୟକ ଗର୍ଭବତୀ ଏଠାକୁ ଆସୁଛନ୍ତି। କିନ୍ତୁ ଅବ୍ୟବସ୍ଥା ଦୂର କରାଯାଉ ନ ଥିବାରୁ ମେଡିକାଲରେ ଥିବା ଡା...