ନିଆରା ରୂପରେ ପାଳନ କଲେ ବାପାଙ୍କର ଶ୍ରାଦ୍ଧ ଦିବସ l

ଯାଜପୁର (ବ୍ୟାସନଗର) :- ସ୍ୱର୍ଗତ ନିର୍ମଳ ପୃଣ୍ଣଚନ୍ଦ୍ର ଭଞ୍ଜ ନର୍ଲା, କଳାହାଣ୍ଡି ନିବାସୀ I ସ୍ଵର୍ଗତ ଭଞ୍ଜ ଏକ ବିଜ୍ଞାନ କଲେଜ ରେ ପ୍ରାଧ୍ୟାପକ ଭାବେ ଚାକିରି କରିଥିଲେ l ତାଙ୍କର ତିନି ପୁଅ, ବଡପୁଅ ବିଜ୍ଞାନ ଭଞ୍ଜ, ମଝିଆଁ ପୁଅ ସୁଜ୍ଞାନ ଭଞ୍ଜ ଓ ସାନପୁଅ ଭାରତ ଭଞ୍ଜ । ସୁଜ୍ଞାନ ଜଣେ ଔଷଧ ବ୍ୟବସାୟୀ ହୋଇଥିଲେ ମଧ୍ୟ ତାଙ୍କର ବାପାଙ୍କ ଶ୍ରାଦ୍ଧ ତିନିପୁଅ ପାଳନ କରି ଆସୁଛନ୍ତି l ଯାଜପୁରରୋଡ଼ (ବ୍ୟାସନଗର)ରେ ସେ ଦୀର୍ଘ ୫୦ ବର୍ଷ ହେବ ରହୁଛନ୍ତି I ତାଙ୍କର ମଝିଆଁ ପୁଅ ସୁଜ୍ଞାନ ଭଞ୍ଜ ବାପାଙ୍କ ଶ୍ରାଦ୍ଧ ବାର୍ଷିକରେ କିଛି ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ସମାଜ ପାଇଁ ଏକ ଶିକ୍ଷଣୀୟ ଓ ଉପାଦେୟ ହେଉଛି l ସେ ତାଙ୍କର ବାପାଙ୍କ ଶ୍ରାଦ୍ଧ ଦିବସ ପାଳିତ ଅବସରରେ ସମର୍ଥ ଅନୁସାରେ କିଛି ଶୁଖିଲା ଖାଦ୍ୟ କୁନିକୁନି ପିଲାମାନଙ୍କୁ ଦେବା ସହ ଅସହାୟ ବୃଦ୍ଧା ଲୋକମାନଙ୍କୁ ମଧ୍ୟ ବଣ୍ଟନ କରିଛନ୍ତି I ସେ କରୋନା ସମୟରେ ବ୍ୟାସନଗର ପୌରପାଳିକା ର ଜଗନ୍ନାଥ ସାହି, ଲେପର୍ସି କଲୋନୀ,ପ୍ଲଟ ବସ୍ତି ମାନଙ୍କରେ ରନ୍ଧା ଖାଦ୍ୟ ଓ କିଛି ବୃଦ୍ଧା ଙ୍କ ପାଇଁ ମାସିକ ସହାୟତା କରି ଉଦାହରଣ ପାଲଟିଛନ୍ତି ସୁଜ୍ଞାନ lଏଭଳି କାମପାଇଁ ସେଵେଶ ଚର୍ଚ୍ଚିତ, କଳାହାଣ୍ଡିର ନିବାସୀ ହୋଇଥିଲେ ହେଁ ତାଙ୍କର ଗରୀବ, ଅସହାୟ ଲୋକଙ୍କୁ ସହାୟତା ର ହାତ ବଢ଼ାଇବା ଦୁର୍ବଳତା ରହିଛି l ସେବି ଏ...