ସରକାରୀ ଦରମା ନେଇ ସରକାରଙ୍କୁ ବଦନାମ କରୁଛନ୍ତି ସରକାରୀ କର୍ମଚାରୀ l (କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରନରେ ଦାବି)
ଯାଜପୁର (କଳିଙ୍ଗନଗର) :- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତହବିଲ୍ ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କୋଟି କୋଟି ଟଙ୍କାର ସହାୟତା ରାଶି ଆସୁଛି କିନ୍ତୁ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁ ନାହିଁ l ଦାନଗଦୀ ବ୍ଲକରେ ସବୁ କିଛି ଚାଲିଛି କାଗଜ କଲମରେ l ଯାହାର ଜ୍ଜଳନ୍ତ ଉଦାହରଣ ୨୦୨୩-୨୪ ରେ ଆସିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ କାଟି ଦେଇଥିବାର ମାଳ ମାଳ ଅଭିଯୋଗ ଆସିଛି। ଜୀବିତ ଲୋକ ମୁତ୍ଯୁ ବୋଲି ତଦନ୍ତ ରେ ଦେଖେଇବା ଏବଂ ଶ୍ରମିକ କୁ ଶିକ୍ଷକ ସଜାଇବା କାରଣରୁ ଆବାସ କାଟି ଦିଆଯାଉଛି । ସୂଚନା ରୁ ପ୍ରକାଶିତ ଯେ, ଦାନଗଦୀ ବ୍ଲକରେ ଥିବା ୨୩ ଟି ପଞ୍ଚାୟତ ମଧ୍ଯ ରୁ ମଙ୍ଗଳପୁର ପଞ୍ଚାୟତ ଓ ଗୋବର୍ଦ୍ଧନପୁର ପଞ୍ଚାୟତ ରେ ଏପରି ଆଶ୍ଚର୍ୟ୍ଯ କର କାର୍ଯ୍ୟ ଘଟିଛି। ଯାହା କି ଉଭୟ ପଞ୍ଚାୟତ ରେ ଜଣେ ପିଓ ସତ୍ଯ ଭାମା ସାହୁ ଙ୍କ ଦ୍ବାରା ଏପରି ଅଭାବନୀୟ କାର୍ଯ୍ୟ ହୋଇଥିବା ଅଭିଯୋଗ ଆସିଛି। ଏହା ପଛରେ କଣ କାରଣ ଅଛି ତାହା ତଦନ୍ତ ସାକ୍ଷାତ ବୋଲି ଦାନଗଦୀ ବ୍ଲକରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି। କାରଣ ମଙ୍ଗଳପୁର ପଞ୍ଚାୟତ ରେ ମୋଟ ୪୮ ଟି ନାମ ତାଲିକାଭୁକ୍ତ ରୁ ୪୨ ଜଣ ନାମଥିବା ସମୟରେ ସତ୍ଯଭାମା ସାହୁ ୬ ଜଣ ଲୋକଙ୍କ ଘର ତାଲିକାରୁ କାଟି ଦେଇଥିବା ବେଳେ କାହାକୁ ଜୀବନ୍ତ ଲୋକ କୁ ମୁତ୍ଯୁ ତ କେଉଁ ଲୋକ ଶ୍ରମିକ କାର୍ଯ୍ୟ କରୁଥିବା ...