ସୁକିନ୍ଦା ବିଧାୟକ ଙ୍କ କର୍ମୀ ସମ୍ମିଳନୀ ଓ ଉନ୍ନତି ମୂଳକ କାର୍ଯ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ l

ଯାଜପୁର - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ଧୂଳି ଗଡ଼ ଗ୍ରାମପଞ୍ଚାୟତ ବିଜୁଜନତା ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଧୂଳିଗଡ଼ ଗ୍ରାମପଞ୍ଚାୟତ ବିଜୁ ଜନତା ଦଳ ର ସଭାପତି ଶ୍ରୀଯୁକ୍ତ ଦିନବନ୍ଧୁ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଥିଲେ ସୁକିନ୍ଦା ବିଧାୟକ ତଥା ବିଜେଡି ସାଧାରଣ ସମ୍ପାଦକ ଇଂ. ପ୍ରୀତିରଞ୍ଜନ ଘଡାଇ l ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ୯/୧୦ ଜୋନ୍ ର ଜିଲ୍ଲାପରିଷଦ ସଦସ୍ୟା ଓ ଦାନଗଦି ବ୍ଲକ ବିଜେଡି ସଭାପତି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମଦନମୋହନ ସାହୁ, ଧୂଳିଗଡ଼ ଗ୍ରାମପଞ୍ଚାୟତର ବିଜେଡି ଯୁବ ସଭାପତି ରାଉତ ମୁଣ୍ଡା, ବହୁ ସଂଖ୍ୟାରେ ମହିଳା ଓ କାର୍ଯ୍ୟକର୍ତ୍ତା ମାନେ l ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଅତିଥି ମାନେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ l ଶେଷରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ଘଡାଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଆଗାମୀ ପଞ୍ଚାୟତ ସମିତି ନିର୍ବାଚନ ପାଇଁ ସମସ୍ତ କର୍ମକର୍ତ୍ତା ମାନେ କିପରି ଭାବରେ କର୍ଯ୍ୟ କରିବେ ସେ ବିଷୟରେ ସୂଚନା ଦେଇଥିଲେ l ଏହି ଅବସରରେ ଧୂଳିଗଡ଼ ଗ୍ରାମପଞ୍ଚାୟତର ମାନଗୋବିନ୍ଦ ପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ନୂତନ ଗୃହ ଓ ଉନ୍ନୟନ କର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ବିଧାୟକ ପ୍ରୀତିରଞ୍...