Posts

Showing posts from March 30, 2024

ଡିଏଫଓ, କେନ୍ଦୁପତ୍ର ବିଭାଗ ସହିତ ବିଭିନ୍ନ ସମସ୍ୟା ଉପରେ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଆଲୋଚନା l

Image
ପାଟଣାଗଡ(ବ୍ୟୁରୋରିପୋର୍ଟ):-  ପାଟଣାଗଡ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଡି.ଏଫ.ଓ ଙ୍କ ସହିତ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ପ୍ରତିନିଧି ଦଳ ଶ୍ରମିକ ଓ କର୍ମଚାରୀ ମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ l କର୍ମଚାରୀ ମାନଙ୍କ ମୁଖ୍ୟ ଦାବୀ ଗୁଡିକ ମଧ୍ୟରେ ପାଟଣାଗଡ କେନ୍ଦୁପତ୍ର ଡିଭିଜନ ଅଧୀନରେ କାର୍ଯ୍ୟରତ ମୁନସୀ, ଚପରାଶି, ଚେକର ମାନଙ୍କ ମାସିକ ଦରମା ପ୍ରତି ମାସ ୫ ତାରିଖ ମଧ୍ୟରେ ପ୍ରଦାନ କରିବା, ମୃତ କର୍ମଚାରୀ ମାନଙ୍କ ପରିବାର ସଦସ୍ୟ ଙ୍କୁ ଗ୍ରାଚୁଇଟି ପ୍ରଦାନ, ନୂତନ ଫଡ଼ି ଗୃହ ନିର୍ମାଣ ସହିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ପ୍ରତ୍ୟେକ କେନ୍ଦୁପତ୍ର ସେକ୍ସନ ରେ ଫରେଷ୍ଟର କାର୍ଯ୍ୟାଳୟ ନିର୍ମାଣ,ଯୋଗିମୁଣ୍ଡା ରେଞ୍ଜ ରେ ୧୯୯୩ ମସିହା ରୁ କାର୍ଯ୍ୟରତ ଚେକର ଗନ୍ଧର୍ବ ବରିହା ଙ୍କୁ ବନ୍ଧେଇ ଚେକର ପଦବୀ କୁ ପଦୋନ୍ନତି,ବିଭାଗୀୟ ମୁନ୍ସୀ ଲଳିତ ମଳିକ କୁ ଚେକର ପଦବୀ କୁ ପଦୋନ୍ନତି,ବର୍ତ୍ତମାନ ବଜାର ଦର ବୃଦ୍ଧି ଅନୁସାରେ ଢ଼ଳେଇ ରଚେଇ ପାଇଁ ଦିଆଯାଉଥିବା ୫00 ଟଙ୍କା କୁ ୧୫00 ଟଙ୍କା କୁ ବୃଦ୍ଧି, କର୍ମଚାରୀ ମାନଙ୍କୁ କେନ୍ଦୁପତ୍ର ବିଭାଗ ତରଫରୁ ପ୍ରତିବର୍ଷ ୟୁନିଫର୍ମ ପ୍ରଦାନ,ଚେକର ମୁନ୍ସୀ, ଚପରାଶି, ବନ୍ଧେଇ ଚେକର, ସର୍କଲ ଚେକର, ଋତୁକାଳୀନ ଚେକର କର୍ମଚାରୀ ମାନଙ୍କୁ ସାଇକଲ ଭତ୍ତା, ଟିଏ, ଡିଏ, ବୋନସ ଇତ୍ୟାଦି ପ୍ରଦାନ ପାଇଁ ଆଲୋଚନା କରାଯାଇଥିଲା l ଆଲୋଚନା ବେଳେ