ଏଣିକି ଓମଫେଡ ଘିଅରେ ପ୍ରସ୍ତୁତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ l
ପୁରୀ (ବ୍ୟୁରୋ ରିପୋର୍ଟ) : - ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ କୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅଭିଯୋଗ ହୋଇଆସୁଛି l କେତେବେଳେ ମହାପ୍ରସାଦ କୁ ବାହାରେ ରୋଷେଇ କରୁଥିବା କରି ଭକ୍ତର ଭକ୍ତିଭାବ କୁ ବିଶୃଙ୍ଖଳିତ କରାଯାଉଛି l ଶ୍ରୀମନ୍ଦିରରେ ଆନନ୍ଦ ବଜାର ଶୃଙ୍ଖଳା ନେଇ ଶୃଙ୍ଖଳା କମିଟି ବୈଠକରେ ଗୁରୁତତ୍ୱପୂର୍ଣ୍ଣ ଆଲୋଚନା । ଶ୍ରୀମନ୍ଦିର ସ୍ଵତନ୍ତ୍ର ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଛି। ତେବେ ଭକ୍ତଙ୍କ ପାଇଁ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ ହୋଇନାହିଁ। ସେହିପରି ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ ନେଇ ମଧ୍ୟ କୌଣସି ନିଷ୍ପତ୍ତି ହୋଇନାହିଁ। ଆନନ୍ଦ ବଜାରରେ ଅଣ ସୁଆରଙ୍କୁ ଚିହ୍ନଟ କରି ବାହାର କରି ଦିଆଯାଇଛି। କେବଳ ସୁଆର ମହାସୁଆରଙ୍କୁ ସହାୟତା କରିବା ପାଇଁ ୨ ଜଣ ସହାୟକ ନିୟୋଜିତ ରହିବେ। ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ , ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ , ଆନନ୍ଦ ବଜାରରେ ସଫେଇ ଓ ସ୍ବଚ୍ଛତା ପ୍ରତି ଗୁରୁତ୍ଵ ଦେବା , ଜରି କାଢି ଶେଡ୍ ର ବ୍ୟବସ୍ଥା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଭଲ ଘିଅ ଅର୍ଥାତ୍ ଓମଫେଡ୍ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଆଜିର ବୈଠକରେ ଆଲୋଚନା ହୋଇଛି। ଆନନ୍ଦ ବଜାରରେ ଥିବା ଦୁଇଟି ଖଜା ଦୋକାନ ଭାଙ୍ଗି ରାସ୍ତା ବ୍ୟବସ୍...