ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ର ଲାଭ ଉଠାନ୍ତୁ... କେମିତି କରିବେ ଆବେଦନ?
ବ୍ୟୁରୋ ରିପୋର୍ଟ :- ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅନ୍ତର୍ଗତ, ଘୋଷିତ ୧୮ ପ୍ରକାର କାମ ସହିତ ସମ୍ପୃକ୍ତ ବ୍ୟକ୍ତି ବିଶେଷ ମାନେ, ଯଥାଶୀଘ୍ର ନିକଟସ୍ଥ ଜନସେବା କେନ୍ଦ୍ରକୁ ନିମ୍ନୋକ୍ତ ସର୍ବନିମ୍ନ କାଗଜପତ୍ର ସହିତ ଯାଇ ପଞ୍ଜିକରଣ କରିନେବା ଦରକାର। ଏହି ଯୋଜନା ୧୭ ସେପ୍ଟେମ୍ବର ୨୨୦୩ ଠାରୁ କାର୍ଯ୍ୟକ୍ଷମ ହୋଇଛି। ପଞ୍ଜିକରଣ ସମ୍ପୂର୍ଣ୍ଣ ମାଗଣା, ଏଣୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଲାଭ ଉଠେଇବା ପାଇଁ ୧୮ ବର୍ଷରୁ ତଦୁର୍ଦ୍ଧ ବ୍ୟକ୍ତି ମାନେ ପଞ୍ଜିକରଣ କରିପାରିବେ। =ଆବଶ୍ୟକୀୟ ଦସ୍ତାବିଜଗୁଡ଼ିକ = ୧- ଆଧାର କାର୍ଡ ୨- ବ୍ୟାଙ୍କ ପାସବୁକ ୩- ପାସପୋର୍ଟ ସାଇଜ ଫଟୋ ୪- ଜାତି ପ୍ରମାଣପତ୍ର ୫- ଆବାସିକ ପ୍ରମାଣପତ୍ର 6- ଆୟ ପ୍ରମାଣପତ୍ର ୭- ଆଧାରକାର୍ଡ ସହିତ ଜଡ଼ିତ ମୋବାଇଲ ନମ୍ବର =କଣ କଣ ସୁବିଧା ସୁଯୋଗ ହାସଲ କରି ପାରିବେ = ୧-ପଞ୍ଜିକରଣ, ଯାଞ୍ଚ ଓ ଯୋଜନା ପ୍ରମାଣପତ୍ର ମିଳିବା ପରେ, ସମସ୍ତ ହିତାଧିକାରୀଙ୍କୁ ₹ ୧୫୦୦୦/- ଟଙ୍କାର ଆର୍ଥିକ ସହାୟତା ଦିଆଯିବ ଯନ୍ତ୍ରପାତି କିଣିବା ନିମିତ୍ତ। ୨- ବିନା ସିକ୍ୟୁରିଟରେ ପ୍ରଥମଥର ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବେ ଯାହାକୁ ୧୮ ମାସ ମଧ୍ୟରେ ସୁଝିବାକୁ ପଡ଼ିବ। ୩- ପ୍ରଥମ ଋଣ ପରିଶୋଧ ପରେ ଦ୍ବିତୀୟ ଋଣ ୨ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଦେବ। ପରବର୍ତ୍ତୀ ସମୟରେ ଏହା ଅଧିକ ହେବ। ...