Posts

Showing posts from November 13, 2019

କୋଣାର୍କ ରେ ତିଆରି ହେଉଛି ମାଇକ୍ରୋ କମ୍ପୋ ସିଟିଂଗ ସେଣ୍ଟର l

Image
ବ୍ୟୁରୋ ରିପୋର୍ଟ - ପୁରୀ ଜିଲ୍ଲା କୋଣାର୍କ (NAC) ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କାର୍ଯ୍ୟକାରୀ ହେବା କୁ ଯାଉଛି ଏକ ସ୍ଵତନ୍ତ୍ର ପ୍ରୋଜେକ୍ଟ, ଯାହା ଦ୍ବାରା କୋଣାର୍କର ସମଗ୍ର ଅଞ୍ଚଳରେ ଆଉ ରହିବ ନାହିଁ ଅନିବାର୍ଯ୍ୟ, ଅସନା l ଏଣେତେଣେ କୁଢ କୁଢ ଅଳିଆ ଅନାବନା ଅଦରକାରୀ ସମାଗ୍ରୀ କୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛି କୋଣାର୍କ NAC, ପୁରୀ ଜିଲ୍ଲା ପ୍ରଶାସନ l ଏଥିଲାଗି ତିଆରି କରାଯାଉଛି ଏକ ସ୍ଵତନ୍ତ୍ର ପ୍ରୋଜେକ୍ଟ, ଯାହାର ନାମ ମାଇକ୍ରୋକମ୍ପୋସିଟିଂଗ ସେଣ୍ଟର ( MCC) l ଏହା ଦ୍ବାରା କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ ଅଳିଆ ଆବର୍ଜନା ଗୁଡ଼ିକୁ ସଂଗ୍ରହ କରି ଏହିଠାରେ ମେସିନ୍ ଦ୍ବାରା ପରିଚାଳିତ କରାଯିବ l ଏହି ପ୍ରକ୍ରିୟା ଦ୍ଵାରା ଗୋଟେ ସ୍ଵଚ୍ଛ, ସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି କରାଯାଇପାରିବ ଏବଂ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ଏକ ସ୍ଵଚ୍ଛ NAC ଭାବେ ପରିଗଣିତ ହେବା ସହ ଅନ୍ୟ ସହର ମାନଙ୍କୁ ଏ ନେଇ ବାର୍ତ୍ତା ପହଞ୍ଚି ପାରିବ l Rita vision News 

ଢେଙ୍କାନାଳ, ଭୁବନ ରେ ପାଳିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ l

Image
ଢେଙ୍କାନାଳ (ବ୍ୟୁରୋ) - ଢେଙ୍କାନାଳ ଜିଲ୍ଲା ଭୁବନ ରେ ପାଳିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ l କାର୍ତ୍ତିକ ମାସ ଶୁକ୍ଳପକ୍ଷ ରେ କାର୍ତ୍ତିକ ପୂଣ୍ୟ ମାସ ରେ ବ୍ରତ ପାଳନ କରିବା ସହିତ ମନ୍ଦିର ରେ ଅଁଳା ନବମୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବିଭିନ୍ନ ପୂଜାପାଠ ସହ ଉପବାସ କରିଥାନ୍ତି ସ୍ଥାନୀୟ ଲୋକେ l ଏବଂ କାର୍ତ୍ତିକ ପୂର୍ଣ୍ଣିମା ବା ରାହସ ପୂର୍ଣ୍ଣିମା ଦିନ ସକାଳୁ ଓଡ଼ିଆ ପରମ୍ପରା ଅନୁଯାୟୀ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଥାଏ l ଏହି ଅବସରରେ ଢେଙ୍କାନାଳ ଜିଲ୍ଳା ଭୁବନ ଠାରେ ବହୁ ଆଡ଼ମ୍ବର ସହିତ ପାଳିତ ହୋଇଯାଇଛି ଏହି ଉତ୍ସବ l ଭୁବନ ର ତୈଳିକ( ୟୁଥ୍) ତୃପ୍ତି ପକ୍ଷରୁ ବ୍ରାହ୍ମଣୀ ନଦୀରେ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏବଂ ଏହି ଅବସରରେ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ବାଲିଯାତ୍ରା l ଦୂରଦୂରାନ୍ତରୁ ବହୁ ସଂଖ୍ୟାରେ ଦର୍ଶକମାନେ ଉପଭୋଗ କରିଥାନ୍ତି ଏହି ଯାତ୍ରାକୁ l ଏହି ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ତୃପ୍ତି ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରତିଭା ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯାଇଛି l ଭୁବନ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କୁ କଡ଼ାକଡ଼ି କରିଥିବା ବେଳେ ସଂଗଠନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି l ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁ ଙ୍କ ତତ୍ତ୍ଵାବଧାନରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ ଭୁବନ ଥାନା ଅଧିକାରିଣୀ ନିର୍ମଳା ଗୋଚ୍ଛାୟତ