ଢେଙ୍କାନାଳ, ଭୁବନ ରେ ପାଳିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ l

ଢେଙ୍କାନାଳ (ବ୍ୟୁରୋ) - ଢେଙ୍କାନାଳ ଜିଲ୍ଲା ଭୁବନ ରେ ପାଳିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ l କାର୍ତ୍ତିକ ମାସ ଶୁକ୍ଳପକ୍ଷ ରେ କାର୍ତ୍ତିକ ପୂଣ୍ୟ ମାସ ରେ ବ୍ରତ ପାଳନ କରିବା ସହିତ ମନ୍ଦିର ରେ ଅଁଳା ନବମୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବିଭିନ୍ନ ପୂଜାପାଠ ସହ ଉପବାସ କରିଥାନ୍ତି ସ୍ଥାନୀୟ ଲୋକେ l ଏବଂ କାର୍ତ୍ତିକ ପୂର୍ଣ୍ଣିମା ବା ରାହସ ପୂର୍ଣ୍ଣିମା ଦିନ ସକାଳୁ ଓଡ଼ିଆ ପରମ୍ପରା ଅନୁଯାୟୀ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଥାଏ l ଏହି ଅବସରରେ ଢେଙ୍କାନାଳ ଜିଲ୍ଳା ଭୁବନ ଠାରେ ବହୁ ଆଡ଼ମ୍ବର ସହିତ ପାଳିତ ହୋଇଯାଇଛି ଏହି ଉତ୍ସବ l ଭୁବନ ର ତୈଳିକ( ୟୁଥ୍) ତୃପ୍ତି ପକ୍ଷରୁ ବ୍ରାହ୍ମଣୀ ନଦୀରେ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏବଂ ଏହି ଅବସରରେ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ବାଲିଯାତ୍ରା l ଦୂରଦୂରାନ୍ତରୁ ବହୁ ସଂଖ୍ୟାରେ ଦର୍ଶକମାନେ ଉପଭୋଗ କରିଥାନ୍ତି ଏହି ଯାତ୍ରାକୁ l ଏହି ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ତୃପ୍ତି ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରତିଭା ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯାଇଛି l ଭୁବନ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କୁ କଡ଼ାକଡ଼ି କରିଥିବା ବେଳେ ସଂଗଠନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି l ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁ ଙ୍କ ତତ୍ତ୍ଵାବଧାନରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ ଭୁବନ ଥାନା ଅଧିକାରିଣୀ ନିର୍ମଳା ଗୋଚ୍ଛାୟତ l Rita vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !