Posts

Showing posts from January 18, 2020

ଯାଜପୁର ର ଗୌରବ ଆଣିବେ ସିଦ୍ଧାର୍ଥ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.... l

Image
ଯାଜପୁର - ପୁରାତନ ଛାତ୍ର ନିଜ ବିଦ୍ୟଳୟ ର ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ପାଇଁ ଆଶା l ଯାଜପୁର ଜିଲ୍ଲାର ଦଶରଥପୁର୍ ବ୍ଲକ ଅନ୍ତର୍ଗତ ଅହି ହାସ ଠାରେ ଥିବା ଅହିହାସ ବିଦ୍ୟାଳୟ ର ପ୍ରାମାଣିକ ଚଳଚ୍ଚିତ୍ର ମାଧ୍ୟମରେ ଲୋକଲୋଚନକୁ ନିଜ ବିଦ୍ୟଳୟ ର ସମସ୍ତ ଆଯୋଜନ ବିଷୟ ଉପରେ ଆଧାରିତ ପ୍ରକାଶ କରିଛନ୍ତି ପୁରାତନ ଛାତ୍ର ସିଧ୍ୟାର୍ଥ ଦାସ ଘର ତରପଦା ,ବାପା ଉମାକାନ୍ତ ଦାସ ,ମାତା ସଞୁଲତା ଦାସ, ଶିକ୍ଷା ସ୍ନାତକୋତ୍ତର , ସମାଜ ସେବା । ଏହିପରି ମହାନ୍ କାର୍ଯ୍ୟ ପାଇଁ ଯୁବସମାଜ ମନରେ ଯଦି ମୁଁ ନିଜର ଭଲପାଇବା ଦେଇପାରିବି ନମସ୍ତେ ମୋ ପରି କିଛି ସାମାଜିକ ବିକାଶ କାର୍ଯ୍ୟ ଆରମ୍ଭ କରନ୍ତୁ ବୋଲି କହିଛନ୍ତି ସିଦ୍ଧାର୍ଥ l ଯଦି ସଠିକ୍ ମାର୍ଗରେ ପରିଚାଳିତ ହେଉଛି ତେବେ ନିଶ୍ଚୟ ସମାଜ ଏହାକୁ ଗ୍ରହଣ କରିବା ସହିତ ଜନସାଧାରଣ ଙ୍କ ନିକଟତର ହେବାପାଇଁ ରାସ୍ତା ଖୋଲିବ l ritavisionnews.blogspot.com 

ଯୁବତୀଙ୍କୁ ଧର୍ଷଣ କରିବା ପରେ କଣ କଲା ପିଶାଚ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଝୁମ୍ପାଣ ଗ୍ରାମକୁ ମକର ଉତ୍ସବ ନିମନ୍ତେ ବୁଲିବାକୁ ଯାଇଥିଲା l ପରେ ଏହିଭଳି ଏକ ଘଟଣା ଘଟିଯିବ ତାହା ତାକୁ ଜଣା ନ ଥିଲା l ଯାତ୍ରା ରୁ କୋଣସି ଦୁର୍ବୃତ୍ତ ଯୁବତୀ କୁ ଉଠାଇ ନେଇଥିଲା ପାଖ ଜଙ୍ଗଲ କୁ କଳିଙ୍ଗନଗର ଥାନା ଅନ୍ତର୍ଗତ ହାତୀମୁଣ୍ଡା ସାହି ପାଖକୁ l ସେଠାରେ ତାର ଇଜ୍ଜତ୍ ନେବା ସହିତ ଜୀବନରୁ ମାରିଦେବା ପାଇଁ ପଛାଇଲା ନାହିଁ l ଜୀବନ ରୁ ମାରି ଏକ ପଳାଶ ଗଛର ଡାଳ ରେ ଟାଙ୍ଗୀ ଚମ୍ପଟ୍ ମାରିଥିଲା ଯୁବକ l ଘରଲୋକେ ଝିଅକୁ ଆସିବା ଡ଼େରି ହେବାରୁ ବହୁତ୍ ଖୋଜାଖୋଜି କରି ଥିଲେ, ଲୋକେ ସକାଳୁ ଛେଳି ଚରାଇବାକୁ ଜଙ୍ଗଲ କୁ ଯାଇଥିଲା ବେଳେ ଗଛରେ ଯୁବତୀ ର ଝୁଲନ୍ତା ଅବସ୍ଥାରେ ଦେଖି ଗାଁ ଲୋକଙ୍କୁ ଜଣାଇବା ସହିତ ଯୁବତୀ ର ଘରକୁ ଖବର ଦେଇଥିଲେ l ଯୁବତୀ ଜଣକ ହାତୀ ମୁଣ୍ଡା ସାହି ର ପାଲ ଜାରିକା (୨୨) l କଳିଙ୍ଗନଗର ପୋଲିସ୍ ଘଟଣା ସ୍ଥଳରେ ସନ୍ଧାନୀ କୁକୁର ସହିତ ପହଂଚି ଥିବା ବେଳେ ଶବ ଉଦ୍ଧାର କରାଯାଇଛି l ଶବ ବ୍ୟବଚ୍ଛେଦ କରାଯିବା ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆଯାଇଛି l ପୋଲିସ୍ ଘଟଣା ର ତୁରନ୍ତ ତଦନ୍ତ କରି ଅପରାଧୀ କୁ ଫାଶି ଦେବାକୁ ବିଭିନ୍ନ ସଙ୍ଗଠନ ଦାବି କରିଛନ୍ତି l