Posts

Showing posts from January 28, 2021

ପଦ୍ମଶ୍ରୀ ଉପାଧି ପ୍ରାପ୍ତ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ସୁକିନ୍ଦାର ଗର୍ବ ଗୌରବ l

Image
 ଯାଜପୁର(ସୁକିନ୍ଦା): - କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁକିନ୍ଦା ବ୍ଲକ ବର୍ତ୍ତଣ୍ଡା ପଞ୍ଚାୟତର କନ୍ତିରା ଗ୍ରାମ ନିବାସୀ ୧୦୨ବର୍ଷ ବୟସ୍କ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି(ନନ୍ଦ ସାର୍) ୧୯୪୮ମସିହାଠାରୁ ଗ୍ରାମରେ ଚାଟଶାଳୀ ସ୍ଥାପନକରି ପିଲାମାନଙ୍କୁ ବିନା ଅର୍ଥରେ ଶିକ୍ଷାଦାନ କରି ଆସୁଛନ୍ତି l ଏହି ମହାନ ବ୍ୟକ୍ତିଙ୍କ ସାଧନlକୁ ସ୍ୱୀକୃତି ପ୍ରଦାନକରି କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନକରି ସମ୍ମାନିତ କରିବାକୁ ଗତ ସାଧାରଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଘୋଷଣା କରିବାପରେ ସମଗ୍ର ସୁକିନ୍ଦା ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି l ତାଙ୍କ କର୍ମକ୍ଷେତ୍ର କନ୍ତିରା ଗ୍ରାମ ଉତ୍ସବ ମୁଖର ହୋଇଉଠିଛି l ନନ୍ଦ ମାଷ୍ଟ୍ରେ ଭାବେ ପରିଚିତ ଏହି ମହାନ ବ୍ୟକ୍ତି ଦୀର୍ଘ ତିନି ପିଢ଼ିଧରି ନିରବଛିନ ଭାବରେ ଶିକ୍ଷାଦାନ ଭଳି ଏକ ମହତକାର୍ଯ୍ୟକରି ଶିକ୍ଷକ ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି l କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ସମ୍ପର୍କୀତ ବିଜ୍ଞପ୍ତି ପ୍ରକାଶ ପାଇବାପରେ କନ୍ତିରା ଗ୍ରାମରେ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି l ବହୁ ବିଶିଷ୍ଟ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତାଙ୍କୁ ସାକ୍ଷାତକରି ଅଭିନନ୍ଦନ ଜ୍ଞାପନ କରୁଛନ୍ତି l ସୁକିନ୍ଦା ଭାଜପା ନେତା ପ୍ରଦୀପ କୁମାର ବଳସାମନ୍ତ, ସୁକିନ୍ଦା ବିଧାୟକ ପ୍ରିତ