ମହିଳାଙ୍କ ମୃତଦେହ ଉଦ୍ଧାର l

ଯାଜପୁର (ବ୍ୟୁରୋ ରିପୋର୍ଟ) :- ମହିଳାଙ୍କ ମୃତ ଦେହ ଉଦ୍ଧାର। ହତ୍ୟା କରିବା ପରେ ପିଙ୍ଗି ଦେଇଥିବା ସନ୍ଦେହ। ଯାଜପୁର ଜିଲ୍ଲା ବୈରୀ ଥାନା ଚମ୍ପାପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗେଙ୍ଗୁଟି ନଦୀକୂଳରେ ଥିବା କିଆ ବୁଦାରୁ ଆଜି ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଶାଣି ନିକଟସ୍ଥ କିଆ ବୁଦାରେ ଜଣେ ମହିଳାଙ୍କ ମୃତ ଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ। ଖବର ପାଇ ବୈରୀ ଥାନା ପୋଲିସ ସେଠାରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛି । ତେବେ ମୃତ ମହିଳାଙ୍କ କୌଣସି ପରିଚୟ ମିଳିପାରି ନ ଥିବାବେଳେ ତାଙ୍କର ବୟସ ପ୍ରାୟ ୨୮ରୁ ୩୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି।ତେବେ ମୃତଦେହ ପଡିଥିବା ଅନତି ଦୂରରେ ଏକ କାଠ ଫାଳିଆ ସହିତ ମହିଳାଙ୍କ ଭ୍ୟାନିଟ, ସୁନାମୁଦି ଓ କିଛି ଗହଣା ପଡିଥିବା ଦେଖିବାକୁ ମିଳିଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଏପଟେ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। The woman's body was recovered. Jajpur(Beuro Report) : - Woman's body recovered. He is thought to have survived an earlier attempt to oust him following Mr Jiang's intervention. The body of an unidentified woman was recovered today from K...