Posts

Showing posts from June 9, 2023

ଟାଟା ପାୱାର ଉପରେ ଅଭିଯୋଗ କରିଛନ୍ତି ବେଙ୍ଗ ପାଟିଆ ଗ୍ରାମବାସୀ ଓ ଚାଷୀ l

Image
RITA VISION NEWS By Umakanta Mohapatra ଯାଜପୁର :- ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ଧୂଳିଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେଙ୍ଗପାଟିଆ ଗ୍ରାମରେ ବିଦ୍ୟୁତ ଯୋଗାଣ ରେ ଅନିୟମିତତା ଯୋଗୁ ଲୋକେ ଓ ଚାଷୀ ହନ୍ତସନ୍ତ l ଏହି ଗ୍ରାମର ପ୍ରାୟ ୩୦୦ ପରିବାର କେବଳ ଚାଷ ଉପରେ ନିର୍ଭର କରି ଚଳନ୍ତି l ବିଗତ ଦିନରେ ହୋଇଯାଇଥିବା କାଳ ବୈଶାଖୀରେ ଦିନଠାରୁ ଆଜି ପର୍ଯ୍ୟନ୍ତ ମାସେ ହୋଇଯିବ ବୋରିଂ ପଏଣ୍ଟ ର ଇଲେଟ୍ରିକ୍ କେବୁଲ୍ ପୋଡି ଯାଇଛି l ବାରମ୍ବାର ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ ମଧ୍ଯ କେହି ଟାଟା ପାୱାର ର କର୍ମଚାରୀ ଏହା ପ୍ରତି ଦ୍ରୁଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି l ଚାଷୀ କରିଥିବା ବିଭିନ୍ନ ପନିପରିବା ଚାଷ ଭିଷଣ ଖରା ଯୋଗୁଁ ଉଜୁଡ଼ି ଗଲା l ବିଦ୍ୟୁତ୍ ବିଭାଗ ର ମନମୁଖୀ କାର୍ଯ୍ଯ ପାଇଁ ଆଜି ରୁଣ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି l ଚାଷୀ ମାନଙ୍କ ପାଇଁ ସରକାର ବିଭିନ୍ନ ସୁବିଧା ଯୋଗାଇ ଦେଉଥିବା ବେଳେ ଏଠି ବିଦ୍ୟୁତ୍ ଯୋଗାଣ କରି ଟାଟା ପାୱାର ପାଇଁ ଚାଷୀ ମାନେ କାନ୍ଦୁଛନ୍ତି I ଟାଟା ପାୱାର ଗ୍ରାହକଙ୍କୁ ଭଲ ସେବା ପ୍ରଦାନ କରୁଥିବା ପ୍ରଚାରପ୍ରସାର କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା l ଏହି ବେଙ୍ଗପାଟିଆ ଗ୍ରାମରେ ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି l ଅସୁରକ୍ଷିତ ବିଦ୍ୟୁତ୍ ସେବା କିପରି ଭାବରେ ଚାଲିଛି ଆଖିରେ ନ ଦେଖିଲେ ଜାଣିହେବ ନାହିଁ l ମୁକୁଳ