Posts

Showing posts from June 5, 2021

ଇମ୍ଫା ପକ୍ଷରୁ ବିଶ୍ଵ ପରିବେଷ ଦିବସ ପାଳିତ ହୋଇଯାଇଛି l

Image
ଯାଜପୁର (ସୁକିନ୍ଦା) :- ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଇମ୍ଫା ପରିଚାଳିତ ସୁକିନ୍ଦା ଓ ମହାଗୀରି ଖଣି ରେ ଆଜି ବିଶ୍ଵ ପରିବେଷ ଦିବସ ପାଳିତ ହୋଇଯାଇଛି l ଏହି କର୍ଯ୍ୟକ୍ରମ କୁ ସରକାରଙ୍କ କୋଭିଡ୍ ନିୟମାନୁସାରେ ସୁକିନ୍ଦା ଖଣି ପରିସରରେ ଥିବା ଡମ୍ପ ଓ ଇଟିପି ପାର୍ଶ୍ୱରେ ୧୦୦ ରୁ ଅଧିକ ବୃକ୍ଷ ରୋପଣ କରାଯାଇଛି l ବିଭିନ୍ନ ପ୍ରକାର ଲିମ୍ବ, ଜାମୁ, ବଉଳ, ଅରିକା, କରଞ୍ଜ ଇତ୍ୟାଦି ଅନେକ ପ୍ରକାରର ଚାରା ରୋପଣ କରାଯାଇଥିଲା l ଇମ୍ଫା ଖଣିର ଉପ ସଭାପତି ସୁଧାଂଶୁ ପାଟନୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ, ଚଳିତ ବର୍ଷ ର ବାର୍ତ୍ତା '' ପାଳନ କରୁଛି ଏ ବର୍ଷର ପରସ୍ପର ମଧ୍ୟରେ ସଂଶ୍ଲିଷ୍ଟ ଜୈବ ସାମାଜ ଓ ଏହାର ପରିବେଶ ର ପୁନରୁଦ୍ଧାର '' ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ସୁକିନ୍ଦା ଖଣି ପରିଚାଳକ ମନୋଜ କୁମାର ସାମଲ ଓ ମହାଗୀରି ଖଣି ପରିଚାଳକ ଜଳନ୍ଧର ପାତ୍ର, ଯୋଗାଣ - ଶୃଙ୍ଖଳ ବିଭାଗ ମୁଖ୍ୟ ବଦିତ୍ ନନ୍ଦ, ମାନବ ସମ୍ବଳ ଓ ପ୍ରଶାସନ ବିଭାଗର ମୁଖ୍ୟ ଅଜୟ କୁମାର ବେହୁରିଆ, ଲୋକସମ୍ପର୍କ ବିଭାଗ ମୁଖ୍ୟ ଜଗନ ମୋହନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ l ଏହି କର୍ଯ୍ୟକ୍ରମ କୁ ପରିବେଶ ବିଭାଗ ର ମୂଖ୍ଯ ଏମ୍. ମାଣିକନ୍ଦନ ପରିଚାଳନା କରିଥିବା ବେଳେ ସହକାରୀ ପରିଚାଳକ ସମେନ୍ଦ୍ର ସ୍ୱାଇଁ