ଇମ୍ଫା ପକ୍ଷରୁ ବିଶ୍ଵ ପରିବେଷ ଦିବସ ପାଳିତ ହୋଇଯାଇଛି l

ଯାଜପୁର (ସୁକିନ୍ଦା) :- ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଇମ୍ଫା ପରିଚାଳିତ ସୁକିନ୍ଦା ଓ ମହାଗୀରି ଖଣି ରେ ଆଜି ବିଶ୍ଵ ପରିବେଷ ଦିବସ ପାଳିତ ହୋଇଯାଇଛି l ଏହି କର୍ଯ୍ୟକ୍ରମ କୁ ସରକାରଙ୍କ କୋଭିଡ୍ ନିୟମାନୁସାରେ ସୁକିନ୍ଦା ଖଣି ପରିସରରେ ଥିବା ଡମ୍ପ ଓ ଇଟିପି ପାର୍ଶ୍ୱରେ ୧୦୦ ରୁ ଅଧିକ ବୃକ୍ଷ ରୋପଣ କରାଯାଇଛି l ବିଭିନ୍ନ ପ୍ରକାର ଲିମ୍ବ, ଜାମୁ, ବଉଳ, ଅରିକା, କରଞ୍ଜ ଇତ୍ୟାଦି ଅନେକ ପ୍ରକାରର ଚାରା ରୋପଣ କରାଯାଇଥିଲା l ଇମ୍ଫା ଖଣିର ଉପ ସଭାପତି ସୁଧାଂଶୁ ପାଟନୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ, ଚଳିତ ବର୍ଷ ର ବାର୍ତ୍ତା '' ପାଳନ କରୁଛି ଏ ବର୍ଷର ପରସ୍ପର ମଧ୍ୟରେ ସଂଶ୍ଲିଷ୍ଟ ଜୈବ ସାମାଜ ଓ ଏହାର ପରିବେଶ ର ପୁନରୁଦ୍ଧାର '' ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ସୁକିନ୍ଦା ଖଣି ପରିଚାଳକ ମନୋଜ କୁମାର ସାମଲ ଓ ମହାଗୀରି ଖଣି ପରିଚାଳକ ଜଳନ୍ଧର ପାତ୍ର, ଯୋଗାଣ - ଶୃଙ୍ଖଳ ବିଭାଗ ମୁଖ୍ୟ ବଦିତ୍ ନନ୍ଦ, ମାନବ ସମ୍ବଳ ଓ ପ୍ରଶାସନ ବିଭାଗର ମୁଖ୍ୟ ଅଜୟ କୁମାର ବେହୁରିଆ, ଲୋକସମ୍ପର୍କ ବିଭାଗ ମୁଖ୍ୟ ଜଗନ ମୋହନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ l ଏହି କର୍ଯ୍ୟକ୍ରମ କୁ ପରିବେଶ ବିଭାଗ ର ମୂଖ୍ଯ ଏମ୍. ମାଣିକନ୍ଦନ ପରିଚାଳନା କରିଥିବା ବେଳେ ସହକାରୀ ପରିଚାଳକ ସମେନ୍ଦ୍ର ସ୍ୱାଇଁ ଓ ଅଧିକାରୀ ମନୀଷା ମହାନ୍ତି, ଭାରତ୍ ଚନ୍ଦ୍ର ରାଉତ, ଲୋକସମ୍ପର୍କ ଅଧିକାରୀ ମିଲନ ରଞ୍ଜନ କର ସହୋଯାଗ କରିଥିଲେ l
World Environment Day has been observed on behalf of Imfa. 
Jajpur (Sukinda): - Today is World Environment Day at the Imfa managed Sukinda and Mahagiri mines in the Sukinda block of Jajpur district. A variety of saplings were planted in Jammu, Baul, Arika and Karanj. The function was attended by Imfa Sukinda Mines Manager Manoj Kumar Samal and Mahagiri Mines Manager Jalandhar Patra, Supply and Discipline Department Chief Badit Nand, Human Resources and Administration Department Chief Ajay Kumar Behuria, Public Relations Department Chief Jagan Mohan Mallick. l The program was led by the Chief of the Department of the Environment, M.S. Manikandan officiated while Assistant Manager Samendra Swain and Officer Manisha Mohanty, Bharat Chandra Raut, Public Relations Officer Milon Ranjan Kar assisted.(By Jay Narayan Mohapatra) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !