ଟମକା ବନାଞ୍ଚଳ ରେ ସାମୂହିକ ଗଜସାଥି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l
ଯାଜପୁର (ଦାନଗଦୀ )ତା୦୫/୧୨ :- ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଟମକା ବନାଞ୍ଚଳ ତରଫରୁ ଗୁରୁବାର ଏକ ସାମୂହିକ ଗଜ ସାଥି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟମକା ବନ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ବନପାଳ ମାଣିକ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ଅଜିତ୍ କୁମାର ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହ ଗଜ ଓ ମଣିଷ ଭିତରର ସମ୍ପର୍କ ସମ୍ବନ୍ଧିତ ଅଭିଭାଷଣ ରଖିଥିଲେ ଏବଂ ଏହାର ସୁରକ୍ଷା ପାଇଁ ସମସ୍ତଙ୍କ ଉଦ୍ୟମ ଏକାନ୍ତ କାମ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କିଆଝର ସରପଞ୍ଚ ଙ୍କ ପ୍ରତିନିଧି ସୌମ୍ୟରଞ୍ଜନ ମହାପାତ୍ର, ଚିତ୍ରୀ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଅଜୟ କୁମାର ବେହେରା ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡୁବୁରି ବନପାଳ ଲକ୍ଷ୍ମୀଧର ନାୟକ, କଂସ ବନପାଳ ପରେଶ କୁମାର ସାହୁଙ୍କ ସମେତ ସ୍ଥାନୀୟ ବନ ସୁରକ୍ଷା ସମିତି ର କର୍ମକର୍ତ୍ତା ,ସଭ୍ୟ ଓ ଶତାଧିକ ଜନ ସାଧାରଣ ଯୋଗ ଦେଇଥିଲେ । ବନରକ୍ଷୀ ଶୁସାନ୍ତ ନାୟକ, ମନୋରମା ମହାନ୍ତ, ଗଙ୍ଗାଧର ମୁର୍ମୁ , ଅମାତୁଲ ସାକୁର୍ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବନ ସ୍କ୍ଵାଡ୍ ଆଶୁତୋଷ ରଥ, ରଞ୍ଜନ କୁମାର ସାହୁ, କମଳ ପାତ୍ର, ଅକ୍ଷୟ କୁମାର ମହାନ୍ତ, ଅର୍ଜୁନ ଖଟୁଆ, ବିଶ୍ଵନାଥ ବେହେରା , ପିଙ୍କୁଲୁ ସାହୁ , ମାନସ ...