୮୪ ବର୍ଷ ରେ ପଦାର୍ପଣ କଲେ ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ l
ଯାଜପୁର (ବ୍ୟୁରୋ ରିପୋର୍ଟ )୦୫/୧୨ :- ଓଡ଼ିଶାର ପୁରୁଖା ଜନନେତା, ରାଜନୀତିଜ୍ଞ, ପୂର୍ବତନ ଗଣଶିକ୍ଷା, ଅର୍ଥ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଶ୍ରମିକ ନେତା ଡ଼ଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ୮୪ତମ ଜନ୍ମ ଦିବସ କୁ ଗୁରୁବାର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଡ଼ଃ. ଘଡ଼ାଇଙ୍କ ସ୍ଥାନୀୟ ଧବଳଗିରି ସ୍ଥିତ ବାସଭବନରେ ହଜାର ହଜାର ସମର୍ଥକ, ନେତା, ଶୁଭେଚ୍ଛୁ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଡ଼ଃ.ଘଡ଼ାଇଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଆଦି ପ୍ରଦାନ କରି ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ସୁକିନ୍ଦା, ଦାନଗଦି, କୋରାଇ, ବ୍ୟାସନଗର ଆଦି ଅଂଚଳରୁ ପ୍ରାୟ ହଜାର ହଜାର ସମର୍ଥକ ଓ ବ୍ୟକ୍ତିବିଶେଷ ଘଡାଇ ଙ୍କ ଜନ୍ମଦିନ ଅବସରରେ ତାଙ୍କୁ ସାକ୍ଷାତ କରିଥିଲେ । ବ୍ୟାସନଗର ପୈାର ପରିଷଦର ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ, ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, ପୈାର ପରିଷଦର ବହୁ କାଉନସିଲର,ପୂର୍ବତନ ପୈାରାଧ୍ୟକ୍ଷା ସବିତା ରାଉତ, ପୂର୍ବତନ କାଉନସିଲର ତଥା ‘ସିଟୁ’ର ଯାଜପୁର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ‘ଉଦୟବଟ’ର ସଂପାଦକ ତଥା ରାଜ୍ୟସ୍ତରୀୟ ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ, ସୁକିନ୍ଦା ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ବିବେକ କୁମାର ବୋଷ, ବରିଷ୍ଠ ବିଜେଡ଼ି ନେତା ଜ୍ଞାନେନ୍ଦୁ ଭୂଷଣ ଚୌଧୂରୀ, ପଙ୍କପାଳ ପଂଚାୟତର ବିଜେଡ଼ି ନେତା ଦିଲୀପ ସାମଲ, ବ୍ୟାସନଗର ଯୋଡାବରର ବିଜେଡ଼ି ନେତା ସଂଜୀବ (ମୁନ୍ନା) ଜେନା, କବି ଭୁବନ ମୋହନ ମହାନ୍ତି ପ୍ରମୁଖ ଡ଼ଃ. ଘଡ଼ାଇଙ୍କୁ ସାକ୍ଷାତ କରି ତାଙ୍କର ଶୁଭ ମନାଷୀଛନ୍ତି ।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.