Posts

Showing posts with the label ଆଂଚଳିକ ଖବର

ବ୍ରିଜ ଉପରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଗଲେ ଚାଳକ l

Image
ଯାଜପୁର (କଳିଙ୍ଗନଗର) :- ଯାଜପୁର ରୋଡ଼ ଥାନା, ଦାନଗଦି ବ୍ଲକ ଅନ୍ତର୍ଗତ ମାନଗୋବିନ୍ଦ ପୁର ଓଭର ବ୍ରିଜ ଉପରେ ଏକ କାର ଜଳି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି l ସୂଚନା ମୁତାବକ ଆଜି ସକାଳ ୯ ଘଟିକା ସମୟରେ ଏକ କାର ଡ଼ୁବୁରୀରୁ ଯାଜପୁର ରୋଡ଼ ଅଭିମୁଖେ ଆସୁଥିଲା l ମାନଗୋବିନ୍ଦ ପୁର ନିକଟସ୍ଥ ଓଭର ବ୍ରିଜ ଉପରେ ଏକ ବସ କାର ପଛପଟୁ ଧକା ଦେଇଥିଲା ଦେଖଣାହାରୀ ଙ୍କ ପକ୍ଷରୁ ଯାହା ସୂଚନା ମିଳିଛି l ଫଳରେ କାରଟି ଘଟଣା ସ୍ଥଳରେ ସମ୍ପୂର୍ଣ୍ଣ ଜଳି ଯାଇଥିଲା l ଅଳ୍ପକେ ବର୍ତ୍ତିଯାଇଥିଲେ କାର ମାଲିକ l ତେବେ ସୂଚନା ପାଇ ଦାନଗଦୀ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଁଆକୁ ଆୟତ୍ତ କରିଥିଲା l ତେବେ ଦୁର୍ଘଟଣା ଗ୍ରସ୍ତ କାରରେ ଧର୍ମଶାଳା ଅନ୍ତର୍ଗତ ଵାରକଣା ଆର.ଆଇ ସୁଶାନ୍ତ କୁମାର ସ୍ୱାଇଁ ନାମକ ବ୍ୟକ୍ତି ନିର୍ବାଚନୀ କାର୍ଯ୍ୟରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଉଥିବା ସୂଚନା ମିଳିଛି l ଅନ୍ୟପଟେ ସୂଚନା ପାଇ ଦାନଗଦୀ ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l 

ବିରଳ ପ୍ରଜାତିର ୧୬ ଫୁଟର ଅହିରାଜ ସାପ ଉଦ୍ଧାର l

Image
ଯାଜପୁର (ସୁକିନ୍ଦା) :- ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ରାହାଷୋଳ ସେକ୍ସନ ସୁକ୍ରଙ୍ଗି ଗ୍ରାମର ସୁବଳ ଦେହୁରୀଙ୍କ ଘର ପାର୍ଶ୍ଵରେ ଥିବା କାଠ ଗଦା ମଧ୍ୟରୁ ଆଜି ଏକ ବିରଳ ପ୍ରଜାତିର ୧୬ ଫୁଟର ଅହିରାଜ ସାପ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ସୁବଳ ଦେହୁରୀଙ୍କ ଘର ପାର୍ଶ୍ଵରେ ଥିବା କାଠ ଗଦା ମଧ୍ୟ ଆଜି ଦିନ ସମୟରେ ଏହି ଅହିରାଜ ସାପଟିକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇ ତୁରନ୍ତ ପ୍ରଶିକ୍ଷିତ ସାପ ଧରାଳି ମିହିର ଚନ୍ଦ୍ର ପାତ୍ରଙ୍କ ସହିତ ଯୋଗାଯୋଗ କରିଥିଲେ । ମିହିର ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସତର୍କତା ଅବଲମ୍ବନ କରି ସୁବଳ ଦେହୁରୀଙ୍କ ଘର ପାର୍ଶ୍ଵରେ ଥିବା କାଠ ଗଦା ମଧ୍ୟରୁ ୧୬ ଫୁଟର ଅହିରାଜ ସାପଟିକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି।

ମିଶ୍ରି ଲାଲ କାରଖାନା ବିରୁଦ୍ଧରେ ତେଜୁଛି ଜନ ଆନ୍ଦୋଳନ! ବିଧାନସଭା ପ୍ରଦୂଷଣ କମିଟି ମୁଖ୍ୟଙ୍କୁ ଅଭିଯୋଗ କଲେ ପଙ୍କପାଳ ସରପଞ୍ଚ l

Image
RITA VISION NEWS By Umakanta Mohapatra ଯାଜପୁର (କଳିଙ୍ଗନଗର ): - ଯାଜପୁର ଜିଲ୍ଲା କଲିଙ୍ଗନଗର ଶିଳ୍ପାଞ୍ଚଳ ରେ ବହୁ କାରଖାନା ବିରୁଦ୍ଧରେ ପ୍ରଦୂଷଣ ବିଭାଗର ର ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଛନ୍ତି ଜନସାଧାରଣ l ଏହାର କୌଣସି ସୁଫଳ ମିଳିବାର ନଜିର ନାହିଁ l କଲିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଦୂଷଣର ମାତ୍ରା ବହୁତ ଅଧିକ ଥିଲେ ମଧ୍ୟ କୌଣସି କାରଖାନା ବିରୋଧରେ କିଛି ପଦକ୍ଷେପ ଗ୍ରହଣ ନ କରିବା ଦ୍ବାରା କାରଖାନା ମାନେ ମନଇଚ୍ଛା ନିୟମ ଉଲଙ୍ଘନ କରିଚାଲିଛିନ୍ତି। ଯାହା କୁ ବିରୋଧ କରି ମିଶ୍ରି ଲାଲ କାରଖାନା ବିରୋଧରେ ପଙ୍କପାଳ ସରପଞ୍ଚ ସ୍ମୃତିରଞ୍ଜନ  ଜେନା ଓଡ଼ିଶା ବିଧାନସଭା ପ୍ରଦୂଷଣ କମିଟିରେ ମୁଖ୍ୟ ତଥା ବିଜେପି ବିଧାୟକ ମୋହନ ମାଝୀ ଙ୍କୁ ସାକ୍ଷାତ କରିବା ସହିତ ସ୍ଥାନୀୟ ଲୋକ ଙ୍କ ସମସ୍ତ ଅସୁବିଧାକୁ ପତ୍ର ଦ୍ବାରା ଲିଖିତ  ଜଣାଇଛନ୍ତି । ସରପଞ୍ଚ ଅଭିଯୋଗ କରିଛନ୍ତି କି ମିଶ୍ରିଲାଲ କମ୍ପାନୀ ସରକାରୀ ନିୟମ ପାଳନ ନକରି ଭୂତଳ ଜଳକୁ କାରଖାନା କାର୍ଯ୍ୟ ରେ ବ୍ୟବହାର କରିବା ସହିତ ପ୍ରଦୂଷିତ ଜଳ ଓ ଧୂଆଁ ନିର୍ଗତ କରି ପରିବେଶ ଦୂଷିତ କରୁଛି । ଏହା ଦ୍ଵାରା ବିଭିନ୍ନ ପ୍ରକାରର ରୋଗ ରେ ସାଧାରଣ ଲୋକଙ୍କ ଜୀବନ ହାନୀ ହେଉଛି । କାରଖାନା ପ୍ରତିଷ୍ଠା କରିବା ଲାଗି ଜନସାଧାରଣଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଥିବା ବେଳେ ପ୍ରଦୂଷଣ ବୋର୍ଡ ଓ ମିଶ୍ରୀଲାଲ କାରଖାନା କତୃପକ୍ଷ ନୀରବବତା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋ

ରାଜନୈତିକ ଆକ୍ରୋଶ ର ଶିକାର ହୋଇ ଆବାସ ଯୋଜନା ରୁ ଯୋଗ୍ୟ ହିତାଧିକାରୀ ବାଦ୍ l

Image
RITA VISION NEWS By Umakanta Mohapatra (ସରକାରୀ କର୍ମଚାରୀ ଙ୍କ କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି)  ଯାଜପୁର (କଳିଙ୍ଗନଗର ) :- ରାଜନୈତିକ ଆକ୍ରୋଶର ଶିକାର ହୋଇ ବାଦ୍ ପଡ଼ିଲେ ଯୋଗ୍ୟ ଆବାସ ହିତାଧିକାରୀ ଆବାସ ଯୋଜନା ରେ ସ୍ୱଚ୍ଛତା ନେଇ ସରକାର ଅନେକ ପଦକ୍ଷେପ ନେଇଥିବା କହୁଛନ୍ତି।ଆବାସ ଯୋଜନାକୁ ନେଇ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଟଣା ଓଟରା ହୋଇ ରାଜ୍ୟରେ ଉଷ୍ମତା ଲାଗିରହିଥିବା ବେଳେ ଦାନଗଦୀ ବ୍ଲକ୍ ଅଧୀନସ୍ଥ ମନତୀରା ପଞ୍ଚାୟତ ରାବଣା ଗ୍ରାମରେ ସେମିତି ଜଣେ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବାଦ୍ ପଡିଛନ୍ତି।ଯାହାକୁ ନେଇ ସେ ବାର ଦୁଆର ସୁଣ୍ଢି ପିଣ୍ଢା ହେଉଛନ୍ତି । ରାବଣା ଗ୍ରାମର ଅଭିମନ୍ୟୁ ନାଥ।ସେ ଜଣେ ଦିନ ଦୁଃଖୀ। ରହିବା ପାଇଁ ଘର ଖଣ୍ଡେ ନାହିଁ।ରହୁଥିବା ଘରର ଚାଳ ଛିଡି ପଡୁଛି।ସେ ଜଣେ ମଧ୍ୟ ସାମାନ୍ୟ ମାନସିକ ଭାରାକ୍ରାନ୍ତ ବ୍ୟକ୍ତି।ତିନି ତିନୋଟି ଝିଅ, ସବା ସାନ ଝିଅଟି ଜନ୍ମରୁ ବିକଳାଙ୍ଗ।ଏହା ସତ୍ତ୍ୱେ ତାଙ୍କ ଉପରେ ନିଜକୁ ନେତା ବୋଲାଉଥିବା ରାବଣା ଗ୍ରାମର ତଥାକଥିତ ନେତା ବୋଲାଉଥିବା ମନୋଜ କୁମାର ବେହେରା ରାଜନୀତି ର ଆକ୍ରୋଶ ରେ ତାଙ୍କର ଆବାସ ଯୋଜନା ଟିକୁ କାଟିଦେଇଛନ୍ତି ବୋଲି ଅଭିମନ୍ୟୁ ଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ପଞ୍ଚାୟତ ନିର୍ବାଚନ ବେଳେ ସେ ତାଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇନାହାନ୍ତି ବୋଲି ଆବାସ ଯୋଜନାର ତାଲିକାରୁ ତାଙ୍କ ନାମ କାଟି

କଳିଙ୍ଗନଗର ବିକାଶ ର ମୁକସାକ୍ଷୀ ରାବଣା ଗ୍ରାମର ଆଦିବାସୀ କୁଡୁମୀ ସାହି l

Image
RITA VISION NEWS By Umakanta Mohapatra ( ପ୍ରସାର ପ୍ରଚାର ରେ ସୀମିତ ସରକାରଙ୍କ ବିକାଶ)  ଯାଜପୁର (କଳିଙ୍ଗନଗର) :- ମୁଖ୍ୟମନ୍ତ୍ରୀ କହୁଛନ୍ତି ଓଡ଼ିଶାରେ କେହିବି ଜଣେ ଲୋକ ଭୋକ ଉପାସରେ ରହିବ ନାହିଁ। ମୋ ଓଡ଼ିଶା ପ୍ରତି କ୍ଷେତ୍ରରେ ବିକାଶ କରୁଛି । କେ ବି କେ ଭଳି ଚିତ୍ର ଆଜି ଦେଖିବାକୁ ମିଳୁନାହିଁ । ସତରେ କଣ ଆମେ ବିକାଶ ପଥରେ ଆଗେଇ ଚାଲିଛନ୍ତି? ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ବିକାଶ ହେଉଛି । ଯଦି ବିକାଶ ହେଉଛି ତେବେ ନଗଡା ପରି ନଗ୍ନ ଚିତ୍ର କାହିଁକି ଦେଖିବାକୁ ମିଳୁଛି ଶିଳ୍ପାଞ୍ଚଳ କଳିଙ୍ଗନଗର ଛାତିରେ? ଏହା ପ୍ରଶାସନର ଉଦାସୀନତା ନା ରାଜନେତା ମାନଙ୍କର ଅଣଦେଖା।ଚଳିତ ମାସ ରେ ଏହି କଳିଙ୍ଗନଗର ଛାତି ଉପରେ ବିକାଶ ର ଡିଣ୍ଡିମ ପିଟୁଥିବା ମନ୍ତ୍ରୀ ଓ ଶିଳ୍ପାନୁଷ୍ଠାନ ର ଅଧିକାରୀ ମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କଳିଙ୍ଗନଗର ମହୋତ୍ସବ ପାଳନ କଲେ l ରାଜ୍ୟରୁ ଓ ରାଜ୍ଯ ବାହାରୁ ବଡ଼ ବଡ଼ କଳାକାର ମାନଙ୍କୁ ଆଣି ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରି ବାଃ ବାଃ ନେଉଥିବା ବେଳେ ଏହିଠାରୁ ମାତ୍ର ଅଳ୍ପ କିଛି ଦୂରରେ ଗୋଟିଏ ନିରାଶ୍ରୟ ଅସହାୟ ଆଦିବାସୀ ପରିବାର ଦୁର୍ଦ୍ଦିନରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି l ସରକାର ନିରାଶ୍ରୟ ମାନଙ୍କ ପାଇଁ କେତେ ଯୋଜନା କରିଛନ୍ତି କିନ୍ତୁ ଏବେ ବି ସରକାରୀ ସହାୟତା କୁ ଅପେକ୍ଷା କରି ଭୋକ ଉପାସରେ ଜୀବନ ଯନ୍ତ୍ରଣାରେ କାଳାତିପାତ କରୁଛନ୍ତି ଦାନଗଦ

କଳିଙ୍ଗନଗର ମହୋତ୍ସବ, ଷ୍ଟିଲ କନକ୍ଲେଭ ର ଉଦଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ l

Image
(ଜାତୀୟ ସ୍ତରର କଣ୍ଠଶିଳ୍ପୀ ପୱନଦୀପ ଓ ଅରୁନୀତା ଙ୍କ ଦମଦାର ସଙ୍ଗୀତ ପରିବେଷଣ)  ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ପଞ୍ଚାୟତ ର ତେଲିବାହାଳି ମା ମହାପାଟ ପଡ଼ିଆ ଠାରେ ଅନୁଷ୍ଠିତ କଳିଙ୍ଗନଗର ମହୋତ୍ସବ ର ଉଦଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l ଏହି ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଉପସ୍ଥିତ ରହି ଥିଲେ l ମାନ୍ୟବର ମନ୍ତ୍ରୀ ଗ୍ରାମ୍ଯଉନ୍ନୟନ ଓ ଦକ୍ଷତା ବିକାଶ ଇଂ ପ୍ରିତିରଞ୍ଜନ ଘଡାଇ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର ଉପସ୍ଥିତ ରହି ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଏହାସହିତ ସମସ୍ତ କାରଖାନାର ଅଧିକାରୀ ଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଚଳିତ ମାସ ଦୁଇ ତାରିଖରେ ଏହି କଳିଙ୍ଗନଗର ମହୋତ୍ସବ, ଷ୍ଟିଲ କନକ୍ଲେଭ ଉଦଘାଟିତ ହୋଇଥିଲା I ଦୀର୍ଘ ପାଞ୍ଚଦିନ ପାଇଁ ମହାସମାରୋହରେ ପାଳିତ ହୋଇଯାଇଛି ଏହି ମହୋତ୍ସବ l ଏହାସହିତ ଅଂଚଳବାସୀ ଙ୍କ ମନୋରଞ୍ଜନ ପାଇଁ କମିଟ ପକ୍ଷରୁ ବିଭିନ୍ନ ନାମଦାମୀ କଣ୍ଠଶିଳ୍