କଳିଙ୍ଗନଗର ମହୋତ୍ସବ, ଷ୍ଟିଲ କନକ୍ଲେଭ ର ଉଦଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ l


(ଜାତୀୟ ସ୍ତରର କଣ୍ଠଶିଳ୍ପୀ ପୱନଦୀପ ଓ ଅରୁନୀତା ଙ୍କ ଦମଦାର ସଙ୍ଗୀତ ପରିବେଷଣ) 
ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ପଞ୍ଚାୟତ ର ତେଲିବାହାଳି ମା ମହାପାଟ ପଡ଼ିଆ ଠାରେ ଅନୁଷ୍ଠିତ କଳିଙ୍ଗନଗର ମହୋତ୍ସବ ର ଉଦଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l ଏହି ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଉପସ୍ଥିତ ରହି ଥିଲେ l ମାନ୍ୟବର ମନ୍ତ୍ରୀ ଗ୍ରାମ୍ଯଉନ୍ନୟନ ଓ ଦକ୍ଷତା ବିକାଶ ଇଂ ପ୍ରିତିରଞ୍ଜନ ଘଡାଇ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର ଉପସ୍ଥିତ ରହି ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଏହାସହିତ ସମସ୍ତ କାରଖାନାର ଅଧିକାରୀ ଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଚଳିତ ମାସ ଦୁଇ ତାରିଖରେ ଏହି କଳିଙ୍ଗନଗର ମହୋତ୍ସବ, ଷ୍ଟିଲ କନକ୍ଲେଭ ଉଦଘାଟିତ ହୋଇଥିଲା I ଦୀର୍ଘ ପାଞ୍ଚଦିନ ପାଇଁ ମହାସମାରୋହରେ ପାଳିତ ହୋଇଯାଇଛି ଏହି ମହୋତ୍ସବ l ଏହାସହିତ ଅଂଚଳବାସୀ ଙ୍କ ମନୋରଞ୍ଜନ ପାଇଁ କମିଟ ପକ୍ଷରୁ ବିଭିନ୍ନ ନାମଦାମୀ କଣ୍ଠଶିଳ୍ପୀ ଓ ସିନେତାରକା ଓ ହାସ୍ୟ ଅଭିନେତା ମାନଙ୍କୁ ନେଇ ଆୟୋଜିତ ହୋଇଥିଲା ଏହି ଏୈତିହାସିକ କଳିଙ୍ଗନଗର ମହୋତ୍ସବ ବା ଷ୍ଟିଲ କନକ୍ଲେଭ l ମହୋତ୍ସବ ରେ ବିଭିନ୍ନ କାରଖାନା ମାନଙ୍କର ଷ୍ଟଲମାନ ରହିଥିବା ବେଳେ ଘରକରଣା, ସରକାରଙ୍କ କୃଷି ବିଭାଗ, ବୟନିକା, ଓରମାସ, ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା ନିର୍ମାଣ ହେଉଥିବା ବିଭିନ୍ନ ପ୍ରକାର ହସ୍ତତନ୍ତ ଜିନିଷ,tଛୋଟ ପିଲାଙ୍କ ପାଇଁ ଖେଳଣା ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ର ଦୋକାନମାନ ରହିଥିବାର ଦେଖିବାକୁ ମିଳିଥିଲା l ଏହି ପାଞ୍ଚଦିନ ରେ ପ୍ରତ୍ୟେହ ସମସ୍ତ ମନ୍ତ୍ରୀ, ବିଧାୟକ, କଳାକାର, ଦକ୍ଷ କାରିଗର, ବୁଣାକାରମାନଙ୍କୁ ମହୋତ୍ସବ କମିଟ ତରଫରୁ ସମ୍ମାନିତ କରାଯାଇଥିଲା l ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଥିଲା l ପାରମ୍ପରିକ ଲୋକକଳା ମହୋତ୍ସବ ମଞ୍ଚର ସୌନ୍ଦର୍ଯ୍ୟ ବଢ଼ାଇ ଦର୍ଶକମାନଙ୍କ ମଧ୍ୟରେ ମନୋରଞ୍ଜନ ର ଭରପୂର ମଜା ଦେଇଥିଲା l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !