Posts

Showing posts from May 3, 2020

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ପାଠ୍ୟ ଉପକରଣ ବଣ୍ଟନ l

Image
କେନ୍ଦ୍ରାପଡା ( ବ୍ୟୁରୋ ରିପୋର୍ଟ) - ମହାମାରୀ କରୋନା ପାଇଁ ସମଗ୍ରଦେଶ ଲକ୍ ଡାଉନ ହୋଇ ରହିଛି । ଏଭଳି ସ୍ଥିତିରେ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ଏହି ଲକ୍ ଡାଉନ ସମୟରେ ଘରେ ବସି ଛାତ୍ରଛାତ୍ରୀମାନେ କିପରି ଘରେ ବସି ପାଠ ସୁରୁଖୁରୁରେ ପାଠ ପଢିବେ ସେଥିପାଇଁ ସହାୟତା ଯୋଗାଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ଉତ୍କଳ ବିପନ୍ନ ସହାୟତା ସମିତି । ଏହି ଲକ୍ ଡାଉନ ସମୟରେ ଦୋକାନ ବଜାର ବନ୍ଦ ରହୁଥିବା କାରଣରୁ ଛାତ୍ରଛାତ୍ରୀ ମାନଙ୍କ ପାଖରେ ପାଠ୍ୟ ସାମଗ୍ରୀ ଉପଲବ୍ଧ ନଥିଲା । ଯାହା​‌ ଫଳରେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ରବିବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ଉତ୍କଳ ବିପନ୍ନ ସହାୟତା ସମିତି ସହଯୋଗରେ ଛାତ୍ରଛାତ୍ରୀମାନଙ୍କୁ ଖାତା,କଲମ, ପେନସିଲ୍,ରବର ଇତ୍ୟାଦି ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଆଜି ପ୍ରଥମ ଦିନରେ ଏବିଭିପି ଓ ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ରାଜକନିକା ବ୍ଲକର ବରାଡିଆ ଓ ତରାସ ଗ୍ରାମ ପଞ୍ଚାୟତର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ରାଜକନିକା ବ୍ଲକ ସଂଯୋଜକ ବିକ୍ରମ କେଶରୀ ରାଉତ ଙ୍କ ସମେତ ରଜନୀ ସଂକର ଦାସ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ପଙ୍କଜ ବିଶ୍ଵାଳ, କେନ୍ଦ୍ରାପଡ଼ା ବ୍ଲକ ସଂଯୋଜକ, ରାଜକନିକା ର ଯୁବଗୋଷ୍ଠୀ ଦେବଜ୍ୟୋତି ଜେନା, ରାଜେଶ ବିଶ

ଯୁବକ ଙ୍କ ଜୀବନ ନେଲା ହାତୀ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
  ଅନୁଗୁଳ( ବ୍ୟୁରୋ ରିପୋର୍ଟ) - ଜିଲ୍ଲାର ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ନୂଆଭୂଇଁ ଗାଁର ଦୁଷ୍ମନ୍ତ ବେହେରା(୩୦) ପ୍ରତିଦିନ ଭଳି ଆଜି ମଧ୍ୟ ସକାଳେ ଜଙ୍ଗଲ କୁ ଛେଳି ଚରାଇବାକୁ ଯାଇଥିଲେ କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ଆଜି ଏକ ଦନ୍ତା ହାତୀ ହାବୁଡାରେ ପଡ଼ିଯାଇ ଥିଲେ ଓ ହାତୀଟି ତାଙ୍କୁ କଚାଡି ମରିଦେଇ ଥିଲା | ପ୍ରାପ୍ତ ସୂଚନା ମୁତାବକ ଘଟଣା ସ୍ଥଳରେ ଦୁଷ୍ମନ୍ତଙ୍କର ମୃତ୍ୟୁ ହୋଇଥିଲା ଓ ଗ୍ରାମବାସୀ ଙ୍କ ଦ୍ଵାରା ମୃତଦେହ ଉଦ୍ଧାର କରାଯାଇଥିଲା | ଏହି ଘଟଣା କୁ କେନ୍ଦ୍ରକରି ଗ୍ରାମବାସୀ ଏବଂ ବନ ବିଭାଗ ଅଧିକାରୀ ଙ୍କ ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା | ବନବିଭାଗର କର୍ମଚାରୀ ଲୋକମାନଙ୍କୁ ବୁଝାସୁଝା କରିବା ପରେ, ଶବ ବ୍ୟବଚ୍ଛେଦ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି l