Posts

Showing posts from November 7, 2019

ଯାଜପୁର - ଶ୍ରୀ ଶ୍ରୀ ବିରଜା କ୍ଷେତ୍ର ପରିକ୍ରମା ଓ ରୁଦ୍ର ମହାଯଜ୍ଞ ର ଦ୍ଵିତୀୟ ପ୍ରସ୍ତୁତି ବୈଠକ...

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର ପ୍ରତ୍ୟକ୍ଷ ଦେବୀ ମା ବିରଜା କ୍ଷେତ୍ରରେ ହେବାକୁ ଯାଉଥିବା ଶ୍ରୀ ଶ୍ରୀ ବିରଜା କ୍ଷେତ୍ର ପରିକ୍ରମା ଓ ରୁଦ୍ର ମହାଯଜ୍ଞ ର ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ କ୍ଷେତ୍ର ପରିକ୍ରମା ଓ ରୁଦ୍ର ମହାଯଜ୍ଞ ର ସମସ୍ତ ଆଯୋଜନ ବିଷୟ ଉପରେ ଆଲୋଚନା ହୋଇଥିଲା l ଏହି ସଭାରେ ସଭାପତିତ୍ଵ କରିଥିଲେ ସ୍ଵାମୀ ଉଦୟାନନ୍ଦ ପର୍ବତ ମହାରାଜ l ଏବଂ ଏହି ପ୍ରସ୍ତୁତି ବୈଠକ ସ୍ୱାମୀ ସଚିଦାନଁଦ ମହାରାଜ ଙ୍କ ଆବାହକ ରେ ବରୁଣେଶ୍ବର ନାମ ମନ୍ଦିର ରେ ହୋଇଯାଇଛି l ଏହି ଅବସରରେ ଶ୍ରୀ ବିରଜା କ୍ଷେତ୍ର ପରିକ୍ରମା କମିଟି ପକ୍ଷରୁ ସଭ୍ଯ ମାନେ ଉପସ୍ଥିତ ଥିଲେ l Rita vision 

ଯାଜପୁର, ସୁକିନ୍ଦା ବ୍ଲକ ନଗଡା ରେ ୨୩ କୋଟି ଟଙ୍କାର ଦୁର୍ନୀତି, ଛାଟ ପରେ ତତ୍ପର ଜିଲ୍ଲାପ୍ରଶାସନ...

Image
ଯାଜପୁର (ବ୍ୟୁରୋ) -  ବହୁଚର୍ଚ୍ଚିତ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ର ଅବସ୍ଥିତ ଏକ ଉପାନ୍ତ ଅଞ୍ଚଳ ନଗଡା, ଯାହାକୁ ନେଇ ସାରା ଦେଶରେ ଚହଳ ପକାଇଥିଲା ଅପପୁଷ୍ଟି ଓ ଅସ୍ୱାସ୍ଥ୍ୟକର ପରିବେଶ ରେ ଥିବା ଏହି ଇଲାକା l ଗୋଟିଏ ରାଜନୈତିକ ଦଳ ଦୀର୍ଘ ବର୍ଷ ଧରି ଶାସନ କରୁଥିଲେ ମଧ୍ୟ, ଜନସାଧାରଣ ସେବାପାଇଁ ଶପଥ ନେଇ ଶାସନ କରୁଥିବା ରାଜନେତା କିପରି ଜାଣି ପାରି ନ ଥିଲେ ଏହି ଅପନ୍ତରା କ୍ଷେତ୍ରଟି ର ଭୋଟର ଙ୍କ ପରିସ୍ଥିତି? ଗଣମାଧ୍ୟମରେ ପ୍ରକାଶ ପରେ ସରକାର ଏହାକୁ ଗୁରୁତ୍ୱ ଦେଇ ନଗଡା ର ଉନ୍ନତି କରଣ ଯୋଜନା ଆରମ୍ଭ ପାଇଁ  ୨୩ କୋଟି ଟଙ୍କା ମଞ୍ଜୁର କଲେ l କିନ୍ତୁ କିଛି ବି ଫଳପ୍ରଦ ହେଲାନାହିଁ, ନାମକୁ ମାତ୍ର ଉନ୍ନତି ପରିଲକ୍ଷିତ ହୋଇଥିଲା l ଏହି ୨୩ କୋଟି ଟଙ୍କା ର ହିସାବ ରେ ତାଳ ମେଳ ରହିଲା ନାହିଁ କି ସ୍ଥାନୀୟ ବାସିନ୍ଦାଙ୍କ କୌଣସି ଉପକାରରେ ଲାଗିଲା ନାହିଁ l ଫାଇଦା ହାସଲ କଲେ ଠିକାଦାର ଓ ସରକାରୀ କର୍ମଚାରୀ, ଏହାକୁ ନେଇ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ କରିଥିଲେ କି ନଗଡା ରେ ଦୁର୍ନୀତି ହୋଇଛି l ଏହାକୁ ଲୋକାଯୁକ୍ତ ଆୟୋଗ ବିଚାରକୁ ନେଇ ଯାଜପୁର ଜିଲ୍ଲା ପ୍ରଶାସନକୁ ନୋଟିସ୍ ଜାରି କଲେ, ଏହି ନୋଟିସ୍ ଜାରି ପରେ ଜିଲ୍ଲା ପ୍ରଶାସନ ର ତତ୍ପରତା ଦେଖିବାକୁ ମିଳିଛି l ଗତ ନଭେମ୍ବର ୬ ତାରିଖ ରେ ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ମିହିର ପ୍ରସାଦ ମହାନ୍ତି, ଜ

ଯାଜପୁର, ଦାନଗଦି ଶ୍ରୀ ଜଗନ୍ନାଥ ମନ୍ଦିର ରେ ସାତ ଦିନ ଧରି ଶ୍ରୀମଦ୍ ଭାଗବତ ପାରାୟଣ ଓ ନାମ ସଙ୍କୀର୍ତ୍ତନ....

Image
ଯାଜପୁର /ଦାନଗଦି - ଯାଜପୁର ଜିଲ୍ଲାର କଳିଙ୍ଗନଗର ଦାନଗଦି ଶ୍ରୀଜଗନ୍ନାଥ ମନ୍ଦିର ରେ କାର୍ତ୍ତିକ ପୂଣ୍ୟ ମାସ ରେ ବ୍ରତ ପାଳନ କରିବା ସହିତ ମନ୍ଦିର ରେ ଅଁଳା ନବମୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସାତ ଦିନ ଧରି ଶ୍ରୀମଦ୍ ଭାଗବତ ପାରାୟଣ ଓ ନାମ ସଙ୍କୀର୍ତ୍ତନ କାର୍ଯ୍ୟକ୍ରମ ହେବ l ଆସନ୍ତା ୧୨ ତାରିଖରେ ପୂର୍ଣ୍ଣାହୁତି ଓ ଭକ୍ତମାନଙ୍କ ମଧ୍ୟରେ ଅନ୍ନପ୍ରସାଦ ବଣ୍ଟନର ସମସ୍ତ ବ୍ୟବସ୍ଥା କରାଯାଇଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି l ସମସ୍ତ ଭକ୍ତ ତଥା ଜଗନ୍ନାଥ ପ୍ରେମୀ ମାନଙ୍କୁ ସ୍ଵଇଚ୍ଛାରେ ପଦାର୍ପଣ କରି ମହାପ୍ରଭୁଙ୍କ ଦର୍ଶନ, କୃପା ଲାଭ କରିବା ପାଇଁ ଅନୁରୋଧ l Rita vision 

ଯାଜପୁର, ଟାଟା ଷ୍ଟିଲ କାରଖାନାରେ ଦୁର୍ଘଟଣା, ଯୁବକଙ୍କ ହାତ କଟାଗଲା....

Image
ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ର ଟାଟା ଷ୍ଟିଲ କାରଖାନାରେ ଦୁର୍ଘଟଣା ଘଟି ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି ଏବଂ ସେ ବର୍ତ୍ତମାନ ଟାଟା ମେଡିକା ରେ ଆଇ ସି ୟୁ ରେ ଚିକିତ୍ସା ହେଉଛନ୍ତି l ଖବର ରୁ ପ୍ରତିଶତ ଟାଟା ଷ୍ଟିଲ କାରଖାନାରେ କାର୍ଯ୍ୟରତ ଉଦୟନାଥ ମଲ୍ଲିକ ନାମକ ଯୁବକ କାରଖାନା ର ୱାଗନର ଟ୍ରିପଲର କମ୍ପ୍ଲେକ୍ସ ଠାରେ କାର୍ଯ୍ୟରତ ଥିବା ବେଳେ, ଅସାବଧାନତା ଓ କର୍ମଚାରୀଙ୍କ ଭୁଲ ବଶତଃ ଟ୍ରେନ୍ ଟି ପଛକୁ ଆସିଯାଇଥିଲା ଫଳରେ ଉଦୟନାଥ ଙ୍କ ହାତ ଉପରେ ଚଢି ଯାଇଥିଲା l ତାଙ୍କୁ ସଙ୍ଗେ ସଙ୍ଗେ ଟାଟା ମେଡିକାଲ କୁ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କର ଗୋଟିଏ ହାତ ସଂପୂର୍ଣ୍ଣ ଭାବେ କଟା ଯାଇଛି l ଏହି ପରିସ୍ଥିତିରେ ଟାଟା ଷ୍ଟିଲ କାରଖାନା ପକ୍ଷରୁ ତାଙ୍କୁ ଅଣଦେଖା କରାଯାଇ ଥିବା ଉଦୟନାଥ ଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି l ଉଦୟନାଥ ମଲ୍ଲିକ ଙ୍କ ଘର ଦାନଗଦି ବ୍ଲକ ନଡିଆଭଙ୍ଗା ଗ୍ରାମରେ ବୋଲି ଜଣାଯାଇଛି l ଟାଟା କମ୍ପାନୀ ସେମାନଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଓ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା ସୁବିଧା ଦେବାକୁ ଦାବି ହେଉଛି l Rita vision  C

ଯାଜପୁର, କେନ୍ଦ୍ରାପଡ଼ା ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର ର ଦୃଢ଼ ନିନ୍ଦା କରିଛନ୍ତି କଳିଙ୍ଗନଗର କାର୍ଯ୍ୟରତ ସାମ୍ବାଦିକ l

Image
ଯାଜପୁର (ବ୍ୟୁରୋ) - କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, କେନ୍ଦ୍ରାପଡ଼ା ର କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର ଓ ତାତ୍ସଲ୍ୟ କରିଛନ୍ତି l ସେ ହେଉଛନ୍ତି ଜଣେ ରାଜନେତା ହୋଇ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ କିପରି ଭାବରେ ବ୍ୟବହାର କରିବା ଉଚିତ ସେ ବିଷୟରେ ଅବଗତ ନୁହନ୍ତି l ସେ ସାଧାରଣ ଲୋକମାନଙ୍କୁ କିଭଳି ଭାବେ ବ୍ୟବହାର କରୁଥିବେ ତାହା ଜଣାପଡୁଛି l ଏହିପରି ରାଜନେତା ଙ୍କ ଠାରୁ ଜନସାଧାରଣ କଣ ଶିକ୍ଷା ଲାଭ କରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l ସାଂସଦ ଶ୍ରୀଯୁକ୍ତ ମହାନ୍ତି ଙ୍କ ଏହିପରି ବ୍ୟବହାର କୁ କଳିଙ୍ଗନଗର କାର୍ଯ୍ୟରତ ସାମ୍ବାଦିକମାନେ ବିରୋଧ କରିବା ସହିତ ଦୃଢ଼ ନିନ୍ଦା କରିଛନ୍ତି ଓ ଯଥାଶିଘ୍ର ସାଂସଦ କ୍ଷମା ମାଗନ୍ତୁ ଏହା ଆମ୍ଭମାନଙ୍କ ଦାବୀ l RITA vision 

ଢେଙ୍କାନାଳ, ବେକରେ ରଶି ଲଗାଇ ମହିଳାଙ୍କ ଆତ୍ମହତ୍ଯା....

Image
ଢେଙ୍କାନାଳ (ବ୍ୟୁରୋ) - ଢେଙ୍କାନାଳ ଜିଲ୍ଲା ରେ ଘଟିଯାଇଛି ଏକ ଏକ ଦୁଃଖର ଘଟଣା l ମଣିଷ ସବୁ ଭୁଲି ଯାଇ ଶେଷରେ ନିଷ୍ପତ୍ତି ନିଏ ଜୀବନ ହରିବାକୁ କାରଣ ମଣିଷର କ୍ରୋଧ ଏତେ ମାତ୍ରାରେ ବଢିଯାଏ ସେ ନିଜକୁ ନିୟନ୍ତ୍ରିତ କରି ପାରେନା ଶେଷରେ ନିମିଷକ ମଧ୍ୟରେ କିଛି ବି କରିପାରେ l ଏହି ଭଳି ଏକ ଘଟଣା ଘଟିଯାଇଛି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ଫାଣ୍ଡି ଅନ୍ତର୍ଗତ ସରକପାଟଣା ଛକ ନିକଟରେ l କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ମାନପୁର ଗ୍ରାମର ମାୟାଧର ନାୟକ ଓ ତାଙ୍କର ସ୍ତ୍ରୀ ସୁକାନ୍ତି ନାୟକ(୨୭) ଦୁଇ ପିଲା ଙ୍କ ସହ ସରକପାଟଣା ଠାରେ ଭଡ଼ା ଘରେ ରହୁଥିଲେ l ସ୍ଵାମୀ ମାୟାଧର କଟକରେ କାମ କରୁଥିବା ବେଳେ ସୁକାନ୍ତି ଦୁଇ ପିଲାଙ୍କ ସାଥିରେ ଭଡ଼ା ଘରେ ରହୁଥିଲେ l କୌଣସି କାରଣରୁ କାଲି ପିଲାମାନେ ସ୍କୁଲ ଯିବାପରେ ଦିନ ଦିପହର ରେ ସ୍ଵାମୀ ଙ୍କ ଅନୁପସ୍ଥିତ ରେ ଘର ଭିତରୁ କବାଟ ବନ୍ଦ କରି ରଶି ଲଗାଇ ଦେଇଥିଲେ ସୁକାନ୍ତି l ପିଲାମାନେ ସ୍କୁଲ ରୁ ଫେରି ଏହିପରି ଘଟଣା ଦେଖି ସ୍ଥାନୀୟ ଲୋକଙ୍କୁ କହିଥିଲେ l ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ ପୋଲିସ୍ ଓ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ କବାଟ ଖୋଲି ମୃତ ଶରୀର ଉଦ୍ଧାର କରି, ଭାପୁର ଫାଣ୍ଡି ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ, ଶବ ବ୍ୟବଚ୍ଛେଦ ନିମନ୍ତେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛି I Rita vision