ସୁକିନ୍ଦାରେ ଗ୍ରାମ ନ୍ୟାୟାଳୟ ଉଦଘାଟିତ l

ଯାଜପୁର (ସୁକିନ୍ଦା): - ବହୁ ପ୍ରତୀକ୍ଷାର ଅନ୍ତଘଟାଇ ସୁକିନ୍ଦା ବ୍ଲକ କଲୋନୀ ପରିସରରେ ୨୪ ତାରିଖ ପୂର୍ବାହ୍ନରେ ଗ୍ରାମ ନ୍ୟାୟାଳୟ ଉଦଘାଟିତ ହୋଇଛି l ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଡ. ଏସ. ମୁରଲୀଧର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକଭାବେ ଉଦଘାଟନକରି ଏକ ସମାବେଶରେ ଉଦବୋଧନ ଦେଇଥିଲେ l ହାଇକୋର୍ଟର ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ଯାଜପୁର ଜିିଲ୍ଲା ଜଜ୍ ଶ୍ରୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ସଭାରେ ସୁକିନ୍ଦା ଓକିଲ ସଂଘ ସଭାପତି ବିବେକାନନ୍ଦ ବୋଷ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ମାନିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଉତ୍ସବରେ ହାଇକୋର୍ଟ ପ୍ରଶାସନିକ ରେଜିଷ୍ଟ୍ରାର ରାଜେନ୍ଦ୍ର କୁମାର ତୋଷ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ଓ ଅତିରିକ୍ତ ଏସ. ପି. ଜୟରାମ ଶତପଥି, ନ୍ୟାୟାଳୟର ନବନିଯୁକ୍ତ ବିଚାରପତି ବିଜୟଲକ୍ଷ୍ମୀ ମହାପାତ୍ର, ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା, ବିଡିଓ ବିଶ୍ୱଜିତ ଦାସ, ସରକାରୀ ଓକିଲ ଚନ୍ଦ୍ରକାନ୍ତ ପାତ୍ରଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ,ସୁକିନ୍ଦା, ଯାଜପୁରରୋଡ, ବ୍ୟାସନଗର, ଚଣ୍ଡିଖୋଲ ଓକିଲ ସଂଘର କର୍ମକର୍ତ୍ତା ଓ ବହୁ ସଦସ୍ୟ, ବୁଦ୍ଧିଜୀବି, ସ...