ନିଜ ସ୍ତ୍ରୀ କୁ ଭୁଜାଲି ରେ ହାଣିଲା ସ୍ଵାମୀ , ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡ଼ିକାଲରେ ଭର୍ତ୍ତି
ବଲାଙ୍ଗୀର :- ପାଟଣାଗଡ଼, ଧର୍ମ ପତ୍ନୀ ଙ୍କୁ ଅତି ନୃଶଂସ ଭାବେ ହାଣିଛି ରକ୍ତମୁଖା ସ୍ଵାମୀ । ପତ୍ନୀଙ୍କ ସହ କୈାଣସି କଥା ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା l ଏଥିରେ ସ୍ଵାମୀ ଉତ୍ୟକ୍ତ ହୋଇ ଭୂଜାଲି ରେ ହାଣି ହତ୍ୟା କରିବାକୁ ଉଦ୍ୟମ କରିଛି । ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ଭୀମ ଭୋଇ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା I ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅତି ସଂକଟାପନ୍ନ ରହିଥିବାରୁ ବୁର୍ଲା ବଡ଼ ଡ଼ାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ମହିଳା ଫଗୁଣି ବରିହା (୨୫) ଙ୍କ ମୁଣ୍ଡ ଓ ହାତରେ ଭୁଜାଲି ଚୋଟରେ ଗଭୀର ଆଘାତ ଆହତ ଦୁଇ ହାତ ଛିଡି ଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ପରିବାର ଲୋକେ । ଥାନା ରେ ଏତଲା । ସୁଚନା ଅନୁସାରେ ପାଟଣାଗଡ଼ ଥାନା ବନାଇମୁଣ୍ଡା ଗ୍ରାମ ସ୍ଵର୍ଗତ ମେଘ ବରିହା ଙ୍କ ପୁଅ ଟିକେଶ୍ଵର ବରିହା (୨୮) ଖପ୍ରାଖୋଲ ଥାନା କେଛୋବାହାଲ ଗ୍ରାମ ର ବ୍ରଜମୋହନ ବରିହା ଙ୍କ ଝିଅ ଫଗୁଣି ବରିହା (୨୫) ଙ୍କୁ ଗତ ୨୦୧୪ ମସିହାରେ ସାମାଜିକ ରିତିନୀତି ଅନୁସାରେ ବିବାହ କରିଥିଲେ । ବିବାହ କିଛି ମାସ ଗଲା ପରେ ଟିକେଶ୍ଵର ଯୈାତୁକ ବାବଦକୁ ଗୋଟିଏ ପଲସର ମୋଟରସାଇକେଲ ଦାବି କରି ଶାରୀରିକ ଓ ...