ନିଜ ସ୍ତ୍ରୀ କୁ ଭୁଜାଲି ରେ ହାଣିଲା ସ୍ଵାମୀ , ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡ଼ିକାଲରେ ଭର୍ତ୍ତି

ବଲାଙ୍ଗୀର :- ପାଟଣାଗଡ଼,   ଧର୍ମ ପତ୍ନୀ ଙ୍କୁ ଅତି ନୃଶଂସ ଭାବେ ହାଣିଛି ରକ୍ତମୁଖା ସ୍ଵାମୀ । ପତ୍ନୀଙ୍କ ସହ କୈାଣସି କଥା ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା l ଏଥିରେ ସ୍ଵାମୀ ଉତ୍ୟକ୍ତ ହୋଇ ଭୂଜାଲି ରେ ହାଣି ହତ୍ୟା କରିବାକୁ ଉଦ୍ୟମ କରିଛି । ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ଭୀମ ଭୋଇ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା I ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅତି ସଂକଟାପନ୍ନ ରହିଥିବାରୁ ବୁର୍ଲା ବଡ଼ ଡ଼ାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ମହିଳା ଫଗୁଣି ବରିହା (୨୫) ଙ୍କ ମୁଣ୍ଡ ଓ ହାତରେ ଭୁଜାଲି ଚୋଟରେ ଗଭୀର ଆଘାତ ଆହତ ଦୁଇ ହାତ ଛିଡି ଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ପରିବାର ଲୋକେ । ଥାନା ରେ ଏତଲା । 
ସୁଚନା ଅନୁସାରେ ପାଟଣାଗଡ଼ ଥାନା ବନାଇମୁଣ୍ଡା ଗ୍ରାମ ସ୍ଵର୍ଗତ ମେଘ ବରିହା ଙ୍କ ପୁଅ ଟିକେଶ୍ଵର ବରିହା (୨୮) ଖପ୍ରାଖୋଲ ଥାନା କେଛୋବାହାଲ ଗ୍ରାମ ର‌ ବ୍ରଜମୋହନ ବରିହା ଙ୍କ ଝିଅ ଫଗୁଣି ବରିହା (୨୫) ଙ୍କୁ ଗତ ୨୦୧୪ ମସିହାରେ ସାମାଜିକ ରିତିନୀତି ଅନୁସାରେ ବିବାହ କରିଥିଲେ । ବିବାହ କିଛି ମାସ ଗଲା ପରେ ଟିକେଶ୍ଵର ଯୈାତୁକ ବାବଦକୁ ଗୋଟିଏ ପଲସର ମୋଟରସାଇକେଲ ଦାବି କରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଆହତ ମହିଳାଙ୍କ ଭାଇ କୁଲଦେବ ବରିହା ପାଟଣାଗଡ଼ଥାନା ରେ ଲିଖିତ ଅଭିଯୋଗ କରିଥିବା ଏତଲା ଦର୍ଶାଇଛନ୍ତି । ଗତ ୧୪.୧.୨୦୨୨ ଶନିବାର ରାତି ସ୍ଵାମୀ ସ୍ତ୍ରୀ ଦୂହେଁ ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଟିକେଶ୍ଵର ଫଗୁଣୀ ଙ୍କୁ ମାଡ଼ ମାରିଥିବା ନେଇ ଫଗୁଣୀ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ବୋଲି ମହିଳା ଙ୍କ ଭାଇ ଅଭିଯୋଗ କରିଛନ୍ତି । ଖବର ପାଇ ମହିଳା ଙ୍କ ନିଜ ଭାଇ କୁଳଦେବ ବଣାଇ ମୁଣ୍ଡା କୁ ଆସିଥିଲେ କୁଳଦେବ ତାଙ୍କ ବଡ଼ ଭଉଣୀ ଫଗୁଣୀ ଙ୍କୁ ନିଜ ଗାଁ କେଛୋବାହାଲ ନେଇ ଯିବାକୁ କହିଥିଲେ । ଟିକେଶ୍ଵର ନିଜ ଶଳା କୁଳଦେବ ଙ୍କୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହ କୁଳଦେବ ଦେହ ଉପରକୁ ଭୂଜାଲି ମାରିଥିଲେ କୁଳଦେବ ଙ୍କ ହାତ ବାଜିଥିଲା । ନିଜ ଭାଇଙ୍କୁ ହାଣିବା କୁ ଉଦ୍ୟମ କରୁଥିବା ଦେଖି ଫଗୁଣୀ ଛଡ଼ାଇବାରୁ ଟିକେଶ୍ଵର ଉକ୍ତତ୍ୟ ହୋଇ ଭୁଜାଲି ରେ ଫଗୁଣୀ ଙ୍କ ମୁଣ୍ଡ ଓ ହାତରେ ବାରମ୍ବାର ଚୋଟ ମାରିଥିଲା ଟିକେଶ୍ଵର ଫେରାର ହୋଇଯାଇଥିିଲେ I ଫୁଗୁଣୀ କୁ ରକ୍ତଜୁଡୁବୁଡୁ ଅବସ୍ଥା ରେ ମହିଳା ଙ୍କ ପରଲୋକ ଙ୍କ ସହ ଭାଇ କୁଳଦେବ ପାଟଣାଗଡ଼ ଡ଼ାକ୍ତରଖାନାକୁ ନେଇଥିଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ଭୀମ ଭୋଇ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ମଧ୍ୟ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ବଡ଼ ଡ଼ାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ବୋଲି ପରିବାର ଲୋକଙ୍କ ଠାରୁ ଜଣାପଡିଛି । ଟିକେଶ୍ଵର ଙ୍କ ଦୁଇ ସନ୍ତାନ ପୁଅ ଲିପୁନ( ୬) ଓ ୩ ବର୍ଷ ର ଝିଅ ସରସ୍ଵତୀ ଅଛନ୍ତି । ଫଗୁଣୀ ଙ୍କ ଭାଇ କୁଳଦେବ ପାଟଣାଗଡ଼ ଥାନାରେ ଟିକେଶ୍ଵର ର ଏଭଳି ନୃଶଂସ କାଣ୍ଡ ବିରୋଧରେ ଏତଲା ଦେଇଛନ୍ତି। ପାଟଣାଗଡ଼ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି।  
 (ପାଟଣାଗଡ଼ ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !