ବିକେ ଉତ୍କଳ ଷ୍ଟିଲ ପ୍ରତିଷ୍ଠା ପାଇଁ ଜନଶୁଣାଣୀ ଅନୁଷ୍ଠିତ l(ସ୍ଥାନୀୟ ନିଯୁକ୍ତି ଓ ପାରିପାର୍ଶ୍ବିକ ଉନ୍ନତି କୁ ଫୋକସ୍)
ଯାଜପୁର (କଳିଙ୍ଗନଗର) : - ଯାଜପୁର ଜିଲ୍ଲା ଜଖପୁରା ଥାନା ଅନ୍ତର୍ଗତ ମେସର୍ସ ବିକେ ଉତ୍କଳ ଷ୍ଟିଲ୍ ପ୍ରାଇଭେଟ ଲିମିଟେଡ କମ୍ପାନୀ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦାନଗଦି ଭବନଠାରେ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନଶୁଣାଣୀ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଓ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ କଳିଙ୍ଗ ନଗର ଶାଖାର ପ୍ରଦୂଷଣ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ କରିଥିଲେ । ପ୍ରସ୍ତାବିତ କାରଖାନା ରେ ୫ ଏମଟିପିଏ ରୋଲିଂମିଲ କ୍ଷମତା ବିଶିଷ୍ଟ ଟିଏମଟିରିବାର ଏବଂ ତାରଯୁକ୍ତ ରଡ଼ ଉତ୍ପାଦନ କାରଖାନା ନିମନ୍ତେ ପରିବେଶ ସମ୍ବନ୍ଧିୟ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। କାରଖାନା ପ୍ରତିଷ୍ଠା ଯେଉଁଠି ବି ହୁଏ ଭାରତ ସରକାର ଙ୍କ ପକ୍ଷରୁ ପ୍ରଭାବିତ ଲୋକମାନଙ୍କୁ ନେଇ ଏକ ପରିବେଶ ମଞ୍ଜୁରୀ ଆବଶ୍ୟକ ହୁଏ l ଏହି ଜନ ଶୁଣାଣୀ ଆରମ୍ଭରେ ବିକେ ଉତ୍କଳ ଷ୍ଟିଲ କମ୍ପାନୀ ପକ୍ଷରୁ ଅଧିକାରୀ ମାନସ, ଗ୍ରାମବାସୀ, ବୁଦ୍ଧିଜୀବି ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନା କରିଥିଲେ, ସମୁଦାୟ ୩୨ ଜଣ ନିଜର ମତ ରଖିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯ ଜଣ କାରଖାନା ସ୍ଥାପନ ସପକ୍ଷରେ ମତ ରଖିଥିବା ବେଳେ ବାକି ୩ ଜଣ ବିରୋଧ କରିଥିବା ଦେଖିବାକୁ ମିଳିଥିଲା ଉକ୍ତ ଜନଶୁଣାଣି ରେ ମୁଖ୍ୟତ ପ୍ରଦୂଷଣ,ବେକାରୀ, ସ୍ଥାନୀୟ ଠିକାଦାର, ପାରିପାର୍ଶ୍ବକ ଉନ୍ନୟନ ପାଇଁ ସମସ୍ତ ଦୃଷ୍ଟି ହେଉଥିବା...