ମହଙ୍ଗା ମାଡକୁ ନେଇ କଂଗ୍ରେସ ପକ୍ଷରୁ ସୁକିନ୍ଦାର ବିଭିନ୍ନ ହାଟରେ ସଚେତନତା କାର୍ଯ୍ୟକ୍ରମ l

ଯାଜପୁର (ସୁକିନ୍ଦl):- ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ସାରା ଦେଶରେ ମହଙ୍ଗାଇ ମାଡ଼ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l ଏହି କ୍ରମରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ସୁକିନ୍ଦା ବ୍ଲକର ବିଭିନ୍ନ ସାପ୍ତାହିକ ହାଟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସୁକିନ୍ଦାର କଂଗ୍ରେସ ନେତା, ପୂର୍ବତନ ମନ୍ତ୍ରୀ ତଥା ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ଶରତ ରାଉତଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ରବିବାର ସୁକିନ୍ଦାଗଡ଼ ହାଟ, ସୋମବାର ହରିପୁର ହାଟ, ଗୁରୁବାର ଡ଼ୁବୁରୀ ହାଟଠାରେ ଉପସ୍ଥିତ ଖାଉଟି ଓ କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ସହ ଏହି ଦରଦାମ ବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ l ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରୁ ଜିଏସଟି ଉଛେଦ, ଗ୍ୟାସ ସିଲିଣ୍ଡର ମୂଲ୍ୟ ହ୍ରାସ, ଡିଜେଲ ଓ ପେଟ୍ରୋଲ ମୂଲ୍ୟ ଉପରୁ ଅବକାରୀ ଶୁଳ୍କ ହ୍ରାସ, କୃଷି ଉପକରଣ, ସାର, କୀଟନାଶକ ଓ ବିହନ ଆଦି ସାମଗ୍ରୀ ଗୁଟିକୁ ଜିଏସଟି ମୁକ୍ତ କରିବାପାଇଁ ଖାଉଟି ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପକ୍ଷରୁ ମତ ପ୍ରକାଶ ପାଇଥିଲା l ସୁକିନ୍ଦା ବ୍ଲକ କଂଗ୍ରେସ କମିଟି ସଭାପତି ରଣଜିତ ରାଜ, ମହିଳା କଂଗ୍ରେସ ସଭାପତି ସ୍ୱପ୍ନା ବେହୁରା, ଦାନଗଦୀ ବ୍ଲକ ସଭାପତି ବିଭୂଭୂଷଣ ରାଉତ,ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ରାଇଚରଣ ମହାନ୍ତି, ଯୁବ କଂଗ୍ରେସ ଉପ ସଭାପତି ଚଞ...