ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଉଦ୍ଦିଷ୍ଟ ସଚେତନତା ରଥ ୨୦୨୩ ଶୁଭାରମ୍ଭ l
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ମିଳିତ ଆନୁକୂଲ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଉଦ୍ଦିଷ୍ଟ ସଚେତନତା ରଥ ୨୦୨୩କୁ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ନବକୃଷ୍ଣ ଜେନା ଜିଲ୍ଲା କାର୍ଯ୍ୟାଳୟ ପ୍ରାଙ୍ଗଣରୁ ସବୁଜ ପତାକା ଦେଖାଇ ରଥ ପରିକ୍ରମାର ଶୁଭାରମ୍ଭ କରି କହିଲେ ଯେ, ରାଜ୍ୟ ସରକାରଙ୍କର ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ସଚେତନତା ଅଭିଯାନ ଏକ ମହତ ଅଭିଯାନ ଅଟେ । ଦୁର୍ଗମ ଅଂଚଳରେ ଯେଉଁ ଶିଶୁମାନେ କୌଣସି କାରଣ ବସତଃ ଅନାଥ ଓ ଅବହେଳିତ ଭାବେ କାଳାତିପାତ କରୁଛନ୍ତି ସେମାନଙ୍କୁ ଥଇଥାନ କରିବାରେ ପୋଷ୍ୟ ସନ୍ତାନ ଗ୍ରହଣ ଯୋଜନା ଏକ ଅଭିନବ ଯୋଜନା ବୋଲି ସେ ଉଲ୍ଳେଖ କରିଥିଲେ ।ଯେଉଁମାନଙ୍କ କୋଳରେ ସନ୍ତାନଟିଏ ନାହିଁ ବା ନିଃସନ୍ତାନ ଦମ୍ପତିମାନେ ଏହି ଯୋଜନାରେ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଅନାଥ ଓ ଅବହେଳିତ ଶିଶୁମାନେ ବଂଚିବାର ରାହା ପାଇବା ସହ ନିଃସନ୍ତାନ ଦମ୍ପତିମାନେ ମାତୃତ୍ୱର ଗୌରବ ଅର୍ଜନ ସହ ସାମାଜିକ କୁଚ୍ଚ୍ଥରଟନାରୁ ବଂଚିତ ହୋଇ ଏକ ସୁନ୍ଦର ପାରିବାରିକ ଜୀବନ ନିର୍ବାହ କରିପାରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜେନା ଷ୍ପଷ୍ଟୋକ୍ତି ରଖିଥିଲେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା, ଜି...