Posts

Showing posts from February 14, 2021

ନାଗେଶ ଟ୍ରଫି ହରିୟାଣାକୁ ୪୭ ରନ୍ ରେ ହରାଇଲା ଓଡ଼ିଶା।ଓଡ଼ିଶାର ବିଜୟ ଧାରା ଜାରି।

Image
ବ୍ୟୁରୋ ରିପୋର୍ଟ :- ବେଙ୍ଗାଲୁରୁଠାରେ ଖେଳାଯାଉଥିବା ନାଗେଶ ଟ୍ରଫି ଜାତୀୟ ଟି୨୦ ଦୃଷ୍ଟି ବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତୃତୀୟ ସଂସ୍କରଣରେ ଆଜି ଓଡ଼ିଶା ହରିୟାଣା କୁ ଭେଟିଥିଲେ l ଏହି ଜାତୀୟ ପ୍ରତିଯୋଗିତାରେ ସାରା ଦେଶରୁ ୨୪ ଗୋଟି ଦଳ ଭାଗ ନେଇଛନ୍ତି, ଦଲଗୁଡ଼ିକୁ୪ ଗ୍ରୁପ୍ ରେ ବିଭକ୍ତ କରାଯାଇଛି l ଓଡ଼ିଶା ଏ ଗ୍ରୁପ୍ ରେ ସ୍ଥାନ ପାଇଥିଲା ଲ ଓଡ଼ିଶା ଟିମ୍ ଲିଗ୍ ପର୍ଯ୍ୟାୟ ର ଅନ୍ତିମ ମ୍ୟାଚ୍ ହରିୟାଣା ବିପକ୍ଷରେ ୪୭ ରନ୍ ରେ ଜିତିିଛି I ଗ୍ରୁପ୍ ର ୨ୟ ସ୍ଥାନରେ ରହିଥିବା ଓଡ଼ିଶା ଦଳ ପୂର୍ବରୁ କ୍ୱାଟର୍ ଫାଇନାଲରେ ନିଜର ସ୍ଥାନ ପକ୍କା କରିସାରିଛି l ଶୁକ୍ରବାର ବେଙ୍ଗାରୁଲୁ ସ୍ଥିତ ସଚୀନ୍ ତେନ୍ଦୁଲକର ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍ ରେ ଓଡ଼ିଶା ଦଳର ଅଧିନାୟକ ମହମଦ୍ ଜାଫର ଇକବାଲ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ l ଓଡ଼ିଶା ଦଳ ନିର୍ଧାରିତ ୨୦ ଓଭରରେ ୧୯୨/୧୦ ରନ୍ କରିଥିବା ବେଳେ, ସୁଖରାମ ମାଝି-୬୮/୪୬, ଲାଲ୍ ପ୍ରସାଦ ସୋରେନ ୫୧/୩୧ ଓ  ଜାଫର ଇକବାଲ୍ ୨୬/୩୪ ରନ୍ କରିଥିଲେ। ସେହିପରି ହରିୟାଣା ର ଦୀପକ ମଲ୍ଲିକ ୪ଟି, ରାମବିର ଶିଙ୍ଗ, ବିନୀତ କୁମାର ଏବଂ ପ୍ରବୀଣ କୁମାର ଗୋଟିଏ ଲେଖାଏଁ ୱିକେଟ୍  ନେଇଥିଲେ। ଜବାବରେ ହରିୟାଣା ୧୪୫/୯ ରନ୍ କରିପାରିଥିଲା l ଫଳ ସ୍ୱରୂପ ଓଡ଼ିଶା ଦଳ ଏହି ମ୍ୟାଚ୍ କୁ ୪୭ ରନ୍ ରେ ଜିତିଥ...