Posts

Showing posts from January 4, 2025

୨୦୦୦ ଟ୍ରାଫିକ୍ ପୋଲିସ୍ ପଦବୀ ସୃଷ୍ଟି, ଚଳିତ ବର୍ଷ ୫୦୦ ଟ୍ରାଫିକ୍ ପୋଲିସ୍ ନିଯୁକ୍ତି ଘୋଷଣା l

Image
ଭୁବନେଶ୍ୱର, ୦୪/୦୧(ବ୍ୟୁରୋ ରିପୋର୍ଟ) "ସୁରକ୍ଷିତ... ଘରକୁ ଫେରନ୍ତୁ" । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉତ୍ସବ ଉଦଘାଟନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ସ୍ଲୋଗାନ ଦେଇଛନ୍ତି ।  ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷାକୁ ଏକ ଜନ ଅଭିଯାନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ସଡ଼କ ସୁରକ୍ଷାର ନିୟମ ପାଳନ କରି ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି । ସଚେତନତା କାର୍ଯ୍ୟକ୍ରମକୁ ପ୍ରଭାବୀ କରିବାକୁ ମାଷ୍ଟରକ୍ୟାଣ୍ଟିନ ଛକରୁ ଶ୍ରୀରାମ ମନ୍ଦିର ଯାଏଁ ପଦଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ ।  କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାନୁଆରୀ ମାସ ବ୍ୟାପୀ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଜ୍ୟସ୍ତରୀୟ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ସଡ଼କ ସୁରକ୍ଷା ରଥର ଶୁଭାରମ୍ଭ କରିଥିଲେ । ପ୍ରତି ଜିଲ୍ଲାରେ ଏଭଳି ସଚେତନତା ରଥ ମାସ ବ୍ୟାପୀ ପରିକ୍ରମା କରିବ । ସଡ଼କ ସୁରକ୍ଷା ସଂପ...