Posts

Showing posts from November 3, 2019

ଯାଜପୁର - ଶ୍ରୀ ଶ୍ରୀ ବିରଜା କ୍ଷେତ୍ର ପରିକ୍ରମା ପାଇଁ ପ୍ରସ୍ତୁତି ବୈଠକ..

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବିରଜା ଦେବୀ ଙ୍କର ମନ୍ଦିର, ଯାହା ବିରଜା କ୍ଷେତ୍ର ନାମରେ ପରିଚିତ l ଏହି ଶ୍ରୀ ଶ୍ରୀ ବିରଜା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀ ଶ୍ରୀ ବିରଜା କ୍ଷେତ୍ର ପରିକ୍ରମା ଓ ରୁଦ୍ର ମହାଯଜ୍ଞ l ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଚଳିତ ମାସ ୧୯-୨୦-୨୧ ତାରିଖ ୩ ଦିନ ଧରି ଏହି ଉତ୍ସବ ପାଳନ କରାଯିବାର ବ୍ୟବସ୍ଥା କରାଯାଇଛି l ସାଧୁ ଶ୍ରୀ ଉଦୟାନନ୍ଦ ସରସ୍ଵତୀ ମହାରାଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ, ନଭେମ୍ବର ମାସ ୧୯ ତାରିଖରେ ବେଲେଶ୍ୱର ଠାରୁ ସକାଳ ୭ ଟା ରେ ଆରମ୍ଭ ହୋଇ ବାରଭାଗୀଆ, ବରାହ, ଜୟ ଜଗନ୍ନାଥ ମନ୍ଦିର, ସିଦ୍ଧେଶ୍ବର, ଗୋବିନ୍ଦନ୍ଦ୍ରେଶ୍ଵର, ମୁଗପଦା, ମଇଦା, ବିରଜା ମନ୍ଦିର, ଯୋଡିକୁଅ, ବଡ଼ ବଜାର, ଗାନ୍ଧୀ ଛକ, କିଆ ଆଳି କୂଳ ଛକ ସ୍ଥାନ ମାନଙ୍କରେ ପରିକ୍ରମା କରି ୨୧ ତାରିଖ ଦିନ ବେଲେଶ୍ୱର ମନ୍ଦିର ରେ ରୁଦ୍ର ମହାଯଜ୍ଞ ହୋଇ ସମାପନ ହେବ l ଏହି କାର୍ଯ୍ୟକ୍ରମ ରେ ପୋଲିସ୍ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଜନପ୍ରତିନିଧିମାନେ ଯୋଗ ଦେଇ ସହଯୋଗ କରିବା ପାଇଁ ଶ୍ରୀ ଶ୍ରୀ ବିରଜା କ୍ଷେତ୍ର ପରିକ୍ରମା କମିଟି ପକ୍ଷରୁ ନିମନ୍ତ୍ରିତ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା l ଏହି ଅବସରରେ ଆମେ ଆପଣଙ୍କୁ କିଛି ବହୁ ସାଧୁ ଜ୍ଞାନୀ ବ୍ୟକ୍ତିତ୍ୱ ମାନେ ଉପସ୍ଥିତ ପରିଲକ୍ଷିତ କରାଇବୁ ଓ ତୁମ୍ଭମାନଙ୍କୁ ପବିତ୍ର ଶ୍ରୀ

ବାଲେଶ୍ବର - ଔପଦା ରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ...

Image
ବାଲେଶ୍ଵର ( ବ୍ୟୁରୋ) - ବାଲେଶ୍ଵର ଜିଲ୍ଲା ଔପଦା ବ୍ଳକ ରେ ଆଜି ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ହୋଇଯାଇଛି l ସମାଜକୁ ସ୍ଵଚ୍ଛ ଓ ପ୍ଲାଷ୍ଟିକ୍ ମୁକ୍ତ କରିବା ଲାଗି ଏହି ପ୍ରୟାସ ଆରମ୍ଭ କରିଥିଲେ, ଔପଦା ର ନିଶା ନିବାରଣ ମଞ୍ଚ l ଏହି କାର୍ଯ୍ୟକ୍ରମ ରେ ବାବା ପଞ୍ଚଲିଙ୍ଗେଶ୍ଵର କଲେଜ୍ ର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ l ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ଓ ସଂଘ ର ସମସ୍ତ ସଭ୍ଯ ମାନେ ସକାଳ ୭ ରେ ଇଶ୍ଵର ପୁର୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଯାଇ ଡାକ୍ତରଖାନା ପରିସରରେ ସଫେଇ କାର୍ଯ୍ଯକୁ ତ୍ବରାନ୍ବିତ କରିବା ସହିତ ଅଞ୍ଚଳରେ କିପରି ଭାବରେ ସ୍ଵଚ୍ଛତା ରକ୍ଷା ହୋଇପାରିବ ଓ ନିଶା ନିବାରଣ ହେବ ସେ ବିଷୟରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ l ଏହି ମହାନ୍ କାର୍ଯ୍ୟ ପାଇଁ ଅଞ୍ଚଳର ଜନସାଧାରଣ ସଂଘ କୁ ଧନ୍ୟବାଦ ଦେଇଥିଲେ l Rita vision