ଯାଜପୁର - ଶ୍ରୀ ଶ୍ରୀ ବିରଜା କ୍ଷେତ୍ର ପରିକ୍ରମା ପାଇଁ ପ୍ରସ୍ତୁତି ବୈଠକ..

ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବିରଜା ଦେବୀ ଙ୍କର ମନ୍ଦିର, ଯାହା ବିରଜା କ୍ଷେତ୍ର ନାମରେ ପରିଚିତ l ଏହି ଶ୍ରୀ ଶ୍ରୀ ବିରଜା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀ ଶ୍ରୀ ବିରଜା କ୍ଷେତ୍ର ପରିକ୍ରମା ଓ ରୁଦ୍ର ମହାଯଜ୍ଞ l ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଚଳିତ ମାସ ୧୯-୨୦-୨୧ ତାରିଖ ୩ ଦିନ ଧରି ଏହି ଉତ୍ସବ ପାଳନ କରାଯିବାର ବ୍ୟବସ୍ଥା କରାଯାଇଛି l ସାଧୁ ଶ୍ରୀ ଉଦୟାନନ୍ଦ ସରସ୍ଵତୀ ମହାରାଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ, ନଭେମ୍ବର ମାସ ୧୯ ତାରିଖରେ ବେଲେଶ୍ୱର ଠାରୁ ସକାଳ ୭ ଟା ରେ ଆରମ୍ଭ ହୋଇ ବାରଭାଗୀଆ, ବରାହ, ଜୟ ଜଗନ୍ନାଥ ମନ୍ଦିର, ସିଦ୍ଧେଶ୍ବର, ଗୋବିନ୍ଦନ୍ଦ୍ରେଶ୍ଵର, ମୁଗପଦା, ମଇଦା, ବିରଜା ମନ୍ଦିର, ଯୋଡିକୁଅ, ବଡ଼ ବଜାର, ଗାନ୍ଧୀ ଛକ, କିଆ ଆଳି କୂଳ ଛକ ସ୍ଥାନ ମାନଙ୍କରେ ପରିକ୍ରମା କରି ୨୧ ତାରିଖ ଦିନ ବେଲେଶ୍ୱର ମନ୍ଦିର ରେ ରୁଦ୍ର ମହାଯଜ୍ଞ ହୋଇ ସମାପନ ହେବ l ଏହି କାର୍ଯ୍ୟକ୍ରମ ରେ ପୋଲିସ୍ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଜନପ୍ରତିନିଧିମାନେ ଯୋଗ ଦେଇ ସହଯୋଗ କରିବା ପାଇଁ ଶ୍ରୀ ଶ୍ରୀ ବିରଜା କ୍ଷେତ୍ର ପରିକ୍ରମା କମିଟି ପକ୍ଷରୁ ନିମନ୍ତ୍ରିତ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା l ଏହି ଅବସରରେ ଆମେ ଆପଣଙ୍କୁ କିଛି ବହୁ ସାଧୁ ଜ୍ଞାନୀ ବ୍ୟକ୍ତିତ୍ୱ ମାନେ ଉପସ୍ଥିତ ପରିଲକ୍ଷିତ କରାଇବୁ ଓ ତୁମ୍ଭମାନଙ୍କୁ ପବିତ୍ର ଶ୍ରୀ ଶ୍ରୀ ବିରଜା କ୍ଷେତ୍ର ପରିକ୍ରମା ଓ ରୁଦ୍ର ମହାଯଜ୍ଞ କୁ ସ୍ଵାଗତ l Rita vision 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର।