Posts

Showing posts from September 19, 2024

ଯାଜପୁର ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ ।

Image
ଯାଜପୁର ତା ୧୮.୦୯ :- ଯାଜପୁର ଷଷ୍ଠ ଜିଲ୍ଲା ପରିଷଦର ୫ମ ସାଧାରଣ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ଶ୍ରୀମତୀ ନଳିନୀ ପ୍ରଭା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯାଜପୁର ସାଂସଦ ଡା.ରବିନାରାୟଣ ବେହେରା, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ବିଞ୍ଝାରପୁର ବିଧାୟିକା  ଶ୍ରୀମତୀ ପ୍ରମିଳା ମଲ୍ଲିକ, ବଡଚଣା ବିଧାୟକ ଶ୍ରୀ ଅମର ନାୟକ, କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ବରୀ ବିଧାୟକ ଶ୍ରୀ ବିଶ୍ବରଞ୍ଜନ ମଲ୍ଲିକ, ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ, ବିଧାୟକ ଧର୍ମଶାଳା ଶ୍ରୀ ହିମାଂଶୁ ଶେଖର ସାହୁ, ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ଼ୀ, ଜିଲ୍ଲା ପରିଷଦ ଉପ-ସଭାପତି ଶ୍ରୀ ଗଣେଶ୍ବର ବରାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉଥ‌ିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଜିଲ୍ଲା ପରିଷଦ ସଭାପତି  ଶ୍ରୀମତୀ ନଳିନୀ ପ୍ରଭା ଜେନା ନବ ନିର୍ବାଚିତ ସାଂସଦ, ବିଧାୟକ ଓ ବିଧାୟିକାଙ୍କୁ ସମ୍ବଦ୍ଧିର୍ତ କରିଥିଲେ । ଏହି ବୈଠକରେ ପୂର୍ବ ବୈଠକର ବିବରଣୀକୁ ଦୃଢୀକରଣ କରଯାଇଥିଲା । ଉପସ୍ଥିତ ସାଂସଦ, ବିଧାୟକ ଓ ବିଧାୟିକାମାନେ ଶିକ୍ଷକ ଶିକ୍ଷୟତ୍ରୀ ବଦଳି ସମ...