"ଉଦୟବଟ" ପତ୍ରିକା ତରଫରୁ ବିଦ୍ୟାଦାତ୍ରୀ ସରସ୍ୱତୀ ମା ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି l
ଯାଜପୁର (ବ୍ୟାସନଗର) : - ଯାଜପୁର ଜିଲ୍ଲା ଯାଜପୁରରୋଡ଼ (ବ୍ୟାସନଗର) ସହରରୁ ପ୍ରକାଶିତ ‘ଉଦୟବଟ’ ଓ ‘ଉଦୟବଟ ଇ-ନ୍ୟୁଜ୍’ କାର୍ଯ୍ୟାଳୟରେ ମା’ ସରସ୍ୱତୀଙ୍କ ପୂଜା ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହୋଇଛି । ୧୯୮୮ ମସିହାରୁ ‘ଉଦୟବଟ’ ଏହି ପୂଜାକୁ ଅତି ଭକ୍ତିର ସହ ପାଳନ କରିଆସୁଛି । ଛାତ୍ର କଳିଙ୍ଗ କେଶରୀ ରାଉତ (ଲୀପେଶ) କର୍ତା ଭାବେ ଏଠାରେ ପୂଜା କାର୍ଯ୍ୟ ସଂପାଦନ କରିଥିବା ବେଳେ ବରିଷ୍ଠ ପୂଜକ ତଥା ବିଶିଷ୍ଠ ପ୍ରବଚକ ତଥା ଶିକ୍ଷକ ଦୀପକ ରଂଜନ ପାଣିଗ୍ରାହୀ ଯଥାରୀତି ମତେ ପୂଜା କରିଥିଲେ । ମଧ୍ୟାହ୍ନରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ବ୍ୟକ୍ତିବିଶେଷ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ସୁମିତ୍ରା ମିଶ୍ର, ବିଦ୍ୟୁତ୍ପ୍ରଭା ରାୟ, ସୁମନ୍ତ ରାଉତ, ସୁମନ ରାୟ, ପ୍ରଫୁଲ୍ଲ ବାରିକ, ଅରୁଣ ଦାସ, ଚକ୍ରଧର ମଲ୍ଲିକ, ବସନ୍ତ କୁମାର ପାତ୍ର, ଅସିତ୍ ଦାସ, ଆରତୀ ରାୟ, ସଂଯୁକ୍ତା ସ୍ୱାଇଁ, ଭାରତୀ ବିଶ୍ୱାଳ, ସୁଜାତା ଜେନା, ଗୋଲାପ ମଲ୍ଲିକ, ଭାରତୀ ବେହେରା, ରୀତା ସାହାଣୀ, ବିନୋଦ ବିହାରୀ ରାୟ, ନରହରି ବେହେରା, ଗୋଲାପ ମୁଣ୍ଡା, ସୁମନ୍ତ କୁମାର ପଲେଇ, ଦାନଗଦି ଅଂଚଳର ସମାଜସେବୀ ସନାତନ ପାତ୍ର, ପ୍ରୀତିପାଲ ସିଂହ, ହରଦୟାଲ ସିଂହ, ପ୍ରଦୀପ ବାରିକ, ସୁବାସ ଜେନା, ସନ୍ତୋଷ କୁମାର ଖୁଂଟିଆ, ପାୟଲ ରାୟ, କ...