Posts

Showing posts from January 17, 2023

ନିଜର ହକ୍ ପାଇଁ ୨୯ ମୌଜା ଭୂମିମୁକ୍ତି କୃଷକ ମଞ୍ଚ ର ରଣ ହୁଙ୍କାର l ସରକାରଙ୍କୁ ଚେତାବନୀ..

Image
ଯାଜପୁର (କଳିଙ୍ଗନଗର) :- ଦାନଗଦୀ ବ୍ଲକ ଅନ୍ତର୍ଗତ ରାବଣା ଖଣ୍ଡୁରାଇ ମନ୍ଦିର ପରିସରରେ ୨୯ ମୌଜା ଭୂମିମୁକ୍ତି କୃଷକ ମଞ୍ଚ ପକ୍ଷରୁ ଏକ ସାଧାରଣ ସଭା ୨୯ ଭୂମିମୁକ୍ତି କୃଷକ ମଞ୍ଚ ସହସଂମ୍ପାଦକ ଶ୍ରୀବିଶୂକେତନ ମଙ୍ଗରାଜ ଓ ପରାମର୍ଶ ଦାତ୍ତା ଶ୍ରୀପୁରୁଷୋତ୍ତମ ବେହେରା ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଚାଷୀ ମାନେ ନିଜ ନିଜର ମତ ରଖିଥିଲେ l ପିଢି ପରେ ପିଢି ଦିନ ପରେ ଦିନ ବିତି ଗଲାଣି, ଆଜକୁ ଶହେ ବର୍ଷ ଦ୍ଵାରରେ ପହଞ୍ଚିଲାଣି । ଇତି ମଧ୍ୟରେ ୯୫ ବର୍ଷ ବିତିଗଲା, ୨୯ ଗୋଟି ମୌଜାକୁ ଭୂ-ବନ୍ଦୋବସ୍ତ କରାଗଲା ନାହିଁ । ଭାରତ ଏକ ଗଣ ତାନ୍ତ୍ରିକ ରାଷ୍ଟ୍ର ହେଲେ ବି ଆଜି ଆମେ ପରାଧୀନର ସ୍ବାଦ ଚାଖୁଅଛୁ । ସରକାର ପରେ ସରକାର ବଦଳି ଚାଲିଛି । ଅଥଚ ଆମ୍ଭେ ଏ ପର୍ଯ୍ୟନ୍ତ ନିଜ ଜମିର ମାଲିକାନା ପାଇ ପାରିଲୁ ନାହିଁ । ସରକାର ଦ୍ୱିତୀୟ ଇସ୍ପାତ କାରଖାନାର ସପ୍ନ ଦେଖୁଥିଲେ, ହେଲେ ତାହା ସଫଳ ମଧ୍ୟ ହେଲା । କାରଖାନାର ଚତୁପାର୍ଶ୍ଵର ଉନ୍ନତି ନିମନ୍ତେ ଭୂ-ବନ୍ଦୋବସ୍ତ ବନ୍ଦ କରିଦିଆଗଲା। କାରଖାନାତ ହେଲା, ଯେତିକି ଜମି ନେବା କଥା ତ ନେଲା ହେଲେ ପାର୍ଶ୍ବବର୍ତ୍ତୀ ଚାଷ ଜମିକୁ କାହା ସାର୍ଥରେ ଏଯାଏଁ ଭୂ-ବନ୍ଦୋବସ୍ତ କରାଗଲା ନାହିଁ ? ଏ ସମ୍ପର୍କରେ ୨୯ ଗୋଟି ମୌଜାର ଚାଷୀ ସରକାରଙ୍କୁ ଜବାବ୍ ମାଗିବା ପାଇଁ ଆଗେଇ ଆସିଛନ୍ତି । ର...

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକଟର ଡ୍ରାଇଭର ମୃତ l

Image
କନ୍ଧମାଳ (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ବାଲିଗୁଡା ରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକଟର ।ଘଟଣାସ୍ଥଳରେ ଟ୍ରାକଟର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ବାଲିଗୁଡା ଥାନା ଡେଲାରପଦର ଗ୍ରାମର ହେମନ୍ତ ମଲ୍ଲିକ ହୋଇଥିବା ଜଣାପଡିଛି।ସୂଚନା ରୁ ପ୍ରତିଶତ ଯେ, କାମ ସାରିବା ପରେ ଟ୍ରାକଟର ଡ୍ରାଇଭର ଶ୍ରମିକଙ୍କୁ ସେମାନଙ୍କ ଗାଁ କୁ ଛାଡିବାକୁ ଯାଇ ଫେରୁଥିବା ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ କଟ୍ରିକିଆ ଗାଁ ନିକଟସ୍ଥ କସୁବାଲି ଘାଟିରେ ଗତକାଲି ରାତିରେ ଟ୍ରାକଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।ଫଳରେ ଟ୍ରାକଟର ତଳେ ଚାପିହୋଇ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି l ଖବର ପାଇ ଆଜି ବାଲିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବାସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l

ପୁରାଣ ବର୍ଣ୍ଣିତ ଜଟାଧାରୀ ଶୈବପୀଠ ଅବହେଳିତ, ପ୍ରଶାସନ ର ଦୃଷ୍ଟି ପଡୁ l

Image
ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ବ୍ଳକ ର ଶାଳୀଜଙ୍ଗା ଗ୍ରାମପଞ୍ଚାୟତ ରେ ଅବସ୍ଥିତ ପୁରାଣ ବର୍ଣ୍ଣିତ ବହୁ ପୂରାତନ ଶୈବପୀଠ ଜଟାଧାରୀ I ପାହାଡ଼ ପାଦଦେଶରୁ ଦୁଇହଜାର ମିଟର ଉଚ୍ଚ ରେ ବାବା ଜଟାଧାରୀ ଙ୍କ ପୀଠ I ବାବା ଶିବଶମ୍ଭୁ ଜଟାଧାରୀ ଏକ ପଥର ଗୁମ୍ଫା ମଧ୍ୟରେ ଆବିର୍ଭାବ ଅଛନ୍ତି l ଅଙ୍କାବଙ୍କା ପଥର ର ପାଦଚଲା ରାସ୍ତାରେ ଯାଉଥିବା ବେଳେ ଭୟ ତ ନିଶ୍ଚୟ ସ୍ରୁଷ୍ଟି ହୁଏ, କିନ୍ତୁ ଜଟାଧାରୀ ଙ୍କ ଅସୀମ କୃପାରୁ ଭକ୍ତଙ୍କ ମନରେ ନା ଥାଏ ଭୟ କି କଷ୍ଟ l ବାବା ଶିବଶମ୍ଭୁ ଙ୍କ ଅଲୌକିକ ଶକ୍ତି ଭକ୍ତ ମାନଙ୍କୁ କରିଦିଏ ବିମୋହିତ l ତେଣୁ କାହିଁ କେତେ ଦୂରଦୂରାନ୍ତରୁ ନିଜର ମାନସିକ ପୂରଣ କରିବା ପାଇଁ ଆସୁଥିବା ଭକ୍ତଗଣ ଦିବ୍ୟ ଚେତନା ରେ ବଶୀଭୂତ ହୋଇଥାନ୍ତି l ମୁଖ୍ୟତଃ ମକରସଂକ୍ରାନ୍ତି ଉପଲକ୍ଷେ ତିନିଦିନ ଧରି ଏହି ପୀଠରେ ଆୟୋଜିତ ହୋଇଥାଏ ଭଜନ କୀର୍ତ୍ତନ, ମହାଯଜ୍ଞ ଏବଂ ଅନ୍ନପ୍ରସାଦ I ଚଳିତ ବର୍ଷ ରାବଣା ଗ୍ରାମର ମଣି ତାରିଣୀ ପୀଠାଧୀଶ ଙ୍କୁ ସ୍ଵପ୍ନାଦେଶ ହୋଇଥିଲା l ସେହି ଦିନଠାରୁ ଦୀର୍ଘ ୯ ମାସ ହେବ ପୀଠାଧୀଶ ସାଧୁ ଠାକୁରଙ୍କ ପାଖରେ ରହିଆସୁଛନ୍ତି ଏବଂ ସେହି ପୀଠର ବିକାଶ ପାଇଁ ଲାଗିପଡ଼ିଛନ୍ତି l ଗତବର୍ଷ ଏହି ମକରସଂକ୍ରାନ୍ତି ଉପଲକ୍ଷେ ମାନ୍ୟବର ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡାଇ ପରିଦ...