ବର୍ଜ୍ୟବସ୍ତୁ ପରିଚାଳନା କାରଖାନା ଜନ ଶୁଣାନିକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ l ଘଟଣା ସ୍ଥଳରେ ଉତେଜନା I

ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) :-ଜିଲ୍ଲା ର ପରଜଙ୍ଗ ବ୍ଲକ ପାଟର ପଦା ଗାଁରେ ହେବାକୁଥିବା ବର୍ଜ୍ୟବସ୍ତୁ ପରିଚାଳନା କାରଖାନା ପାଇଁ ଜନ ଶୁଣାନିକୁ ଆଜି ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଘୋର ବିରୋଧ କରାଯାଇଛି l ବାହାର ଜିଲାରୁ ଆସୁଥିବା ବର୍ଜ୍ୟବସ୍ତୁ ଏଠାକୁ ଆସିବ ଏବଂ ଅଞ୍ଚଳ ପ୍ରଦୂଷିତ ହୋଇ ସ୍ଥାନୀୟ ଲୋକେ ରୋଗଗ୍ରସ୍ତ ହେବେ l ଏହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ପ୍ରଶାସନ ତରଫରୁ ସ୍ଥାନୀୟ ବାସିନ୍ଦା ମାନଙ୍କୁ ନେଇ ଏଠାରେ ଜନ ଶୁଣାନି କରାଯାଉଛି । ଏହି ପ୍ରକଳ୍ପ ନିର୍ମାଣ ହେଲେ ଅଞ୍ଚଳ ଦୂଷିତ ହେବା ସାଙ୍ଗକୁ ଅଞ୍ଚଳର ଲୋକେ ରୋଗାଗ୍ରସ୍ଥ ହେବେ ଏବଂ ଜଙ୍ଗଲ ନଷ୍ଟ ହେବ ଆଉ ଜଙ୍ଗଲି ହାତୀ ଗାଁ ମୁହଁ। ହେବେବୋଲି କୁହାଯାଇଛି l ଏନେଇ ଶତାଧିକ ସ୍ଥାନୀୟ ମହିଳା ଓ ପୁରୁଷ ମିଳିତଭାବେ ଏହାକୁ ବିରୋଧ କରିଛନ୍ତି । ଘଟଣାସ୍ଥଳରେ ପଲ୍ଯୁସନ କଣ୍ଟ୍ରୋଲ ବୋର୍ଡ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ପରଜଙ୍ଗ ତହସିଲଦାର, ବିଡିଓ. SDPOଙ୍କ ସମେତ ପୋଲିସ ବାହିନୀ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲେ l ଏଠାରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନ କରିବାକୁ ସ୍ଥାନୀୟ ଲୋକମାନେ ଚେତାବନୀ ଦେଇଛନ୍ତି ।ଘଟଣା ସ୍ଥଳରେ ମାତ୍ରାଧିକ ଉତେଜନା ହେବାରୁ ଜନ ଶୁଣାନିକୁ ଆଜି ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି l Tensions erupted at the scene, with l...