ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ପାଳିତ l

ଯାଜପୁର (କାଳିଆପାଣି):- ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ଓ ଏହାର ପ୍ରତିଷ୍ଠାତା ସ୍ବର୍ଗତଃ ଡ.ବଂଶୀଧର ପଣ୍ଡାଙ୍କ ୯୦ତମ ଜୟନ୍ତୀ ଉପଲକ୍ଷେ ସୁକିନ୍ଦା ଉପତ୍ୟକାର ଇମ୍ଫା ପରିଚାଳନାଧିନ ସୁକିନ୍ଦା କ୍ରୋମାଇଟ ଖଣି ପ୍ରଶାସନିକ ଭବନଠାରେ ୨୬ତାରିଖ ଅପରାହ୍ନରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏଥିରେ ଇମ୍ଫାର ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟାନନ୍ଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇମ୍ଫାର ଦୀର୍ଘ ୬୦ବର୍ଷର ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ l ଶ୍ରମିକ ଓ କର୍ମଚାରୀମାନେ ନିଷ୍ଠାରସହ କାର୍ଯ୍ୟକରି କମ୍ପାନୀର ଉତ୍ତରୋତ୍ତର ଉନ୍ନତିରେ ସହାୟକ ହେବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ l ବ୍ୟବସାୟିକ ମୁଖ୍ୟ ତଥା ବରିଷ୍ଠ ଉପ ସଭାପତି ସଂଜୀବ ଦାସ ଓ ଖଣି ଉପ ସଭାପତି ସୁଧାଂଶୁ ପାଟନୀ ସମ୍ମାନିତ ଅତିଥିଭାବେ ଏଥିରେ ଯୋଗ ଦେଇଥିଲେ l ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦଘାଟନ କରିବାସହ ସ୍ବର୍ଗତଃ ପଣ୍ଡାଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ଏହି ଅବସରରେ ଦୀର୍ଘ ବର୍ଷଧରି କାର୍ଯ୍ୟକରି ଇମ୍ଫାର ଅଭିବୃଦ୍ଧିରେ ସହାୟକ ହୋଇଥିବା କର୍ମଚାରୀ ମାନଙ୍କୁ ଦୀର୍ଘ ଜୀବନ ସମର୍ପଣ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା l ବିଦ୍ୟୁତ ବିଭାଗ କର୍ମଚାରୀ ସନ୍ତୋଷ ପଣ୍ଡାଙ୍କ ଦ୍ୱାରା ପ୍ରସ୍ତୁତ ସ୍ବର୍ଗତଃ ପଣ୍ଡାଙ୍କ ବାଲୁକା ଚିତ୍ର ଅତିଥି...