Posts

Showing posts from April 27, 2023

ରାଜ୍ଯ ପ୍ରଦୂଷଣ ବୋର୍ଡ ର ଅଧିକାରୀ ଯାଞ୍ଚ କଲେ କଳିଙ୍ଗନଗର ପ୍ରଦୂଷଣ ମାତ୍ରା l

Image
କଳିଙ୍ଗନଗର - ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ବହୁ ବଡ ବଡ଼ କାରଖାନା ସ୍ଥାପନ କରିଥିବା ବେଳେ ସେମାନଙ୍କ ମଧ୍ଯରୁ ବହୁତ କାରଖାନା ପ୍ରଦୂଷଣ କରୁଥିବା ଅଭିଯୋଗ ବାରମ୍ବାର କରିବା ପରେ ମଧ୍ଯ କୌଣସି ଫଳ ମିଳୁନାହିଁ। ଯାହା ଫଳରେ ଗତ ୪ ତାରିଖ ରେ କଳିଙ୍ଗନଗର ରେ ଥିବା ଗ୍ରାମ ବାସୀ ଓ ନିର୍ବାଚିତ ସରପଞ୍ଚ ମାନେ ରାଜ୍ଯ ପ୍ରଦୂଷଣ ବୋର୍ଡ ପାଖରେ ଫେରାଦ ହୋଇଥିଲେ । କଚେରୀ ଗାଁ ନାଳରେ ଜିନ୍ଦଲ, ଜେଏସ୍ଡବ୍ଲୁ, ମଇଥାନ କାରଖାନା ତାର ପ୍ରଦୂଷିତ ଜଳକୁ ଛାଡି କଚେରୀ ଗାଁ ନାଳ ପାଣି କୁ ବିଷାକ୍ତ କରୁଛି। ଯାହା ର ସରଜମିନ ତଦନ୍ତ ପାଇଁ ରାଜ୍ଯ ପ୍ରଦୂଷଣ ବୋର୍ଡ ତରଫରୁ ଗୋଟିଏ ଦଳ ଆସି ବାୟୁ ଓ ଜଳ ନମୁନା ସଂଗ୍ରହ କରିଥିବା ଦେଖିବାକୁ ମିଳିଛି । ରାଜ୍ୟ ପ୍ରଦୂଷଣ ବୋର୍ଡ ଜେ ଏସ ଡବ୍ଲୁ ସିମେଣ୍ଟ କାରଖାନା ସାମ୍ନା ଦେଇ ଯାଇଥିବା ନାଳରୁ ପାଣି ଓ ମାଟି ସଂଗ୍ରହ କରିଛନ୍ତି। ସେଠି ଦେଖିବାକୁ ପାଇଲେ, ଟାଟା କମ୍ପାନୀ ତାର ବର୍ଯ୍ୟ ପାଣି ସେହି ନାଳ ଦେଇ ଛାଡ଼ୁଛି । ଯାହାଫଳରେ ପାଣି ଦୁର୍ଗନ୍ଧ ହେଉଥିବାର ଦେଖିବାକୁ ମିଳିଛି।ସେହିପରି ଜିନ୍ଦଲ ତାର ବର୍ଯ୍ୟ ପାଣି ଯେଉଁ ପାଚେରୀ ବାଟ ଦେଇ ଛାଡ଼ୁଛି ସେଠୁ ମଧ୍ୟ ପାଣି ଓ ମାଟି ନମୁନା ସଂଗ୍ରହ କରାଯାଇଛି।ପୁଣି କଚେରି ଗାଁ ଦେଇ ଯାଇଥିବା ନାଳ ର ପାଣି ଓ ମାଟି ଦଶମାଣିଆ ଠାରୁ ସଂଗ୍ରହ କରିଛନ୍ତି।ଜିନ୍ଦଲ, ଜେ ଏସ ଡବ୍ଲୁ , ରୋହିତ ଓ ଟାଟା ଦ୍ଵାରା ସବୁ