ରାଜ୍ଯ ପ୍ରଦୂଷଣ ବୋର୍ଡ ର ଅଧିକାରୀ ଯାଞ୍ଚ କଲେ କଳିଙ୍ଗନଗର ପ୍ରଦୂଷଣ ମାତ୍ରା l

କଳିଙ୍ଗନଗର - ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ବହୁ ବଡ ବଡ଼ କାରଖାନା ସ୍ଥାପନ କରିଥିବା ବେଳେ ସେମାନଙ୍କ ମଧ୍ଯରୁ ବହୁତ କାରଖାନା ପ୍ରଦୂଷଣ କରୁଥିବା ଅଭିଯୋଗ ବାରମ୍ବାର କରିବା ପରେ ମଧ୍ଯ କୌଣସି ଫଳ ମିଳୁନାହିଁ। ଯାହା ଫଳରେ ଗତ ୪ ତାରିଖ ରେ କଳିଙ୍ଗନଗର ରେ ଥିବା ଗ୍ରାମ ବାସୀ ଓ ନିର୍ବାଚିତ ସରପଞ୍ଚ ମାନେ ରାଜ୍ଯ ପ୍ରଦୂଷଣ ବୋର୍ଡ ପାଖରେ ଫେରାଦ ହୋଇଥିଲେ । କଚେରୀ ଗାଁ ନାଳରେ ଜିନ୍ଦଲ, ଜେଏସ୍ଡବ୍ଲୁ, ମଇଥାନ କାରଖାନା ତାର ପ୍ରଦୂଷିତ ଜଳକୁ ଛାଡି କଚେରୀ ଗାଁ ନାଳ ପାଣି କୁ ବିଷାକ୍ତ କରୁଛି। ଯାହା ର ସରଜମିନ ତଦନ୍ତ ପାଇଁ ରାଜ୍ଯ ପ୍ରଦୂଷଣ ବୋର୍ଡ ତରଫରୁ ଗୋଟିଏ ଦଳ ଆସି ବାୟୁ ଓ ଜଳ ନମୁନା ସଂଗ୍ରହ କରିଥିବା ଦେଖିବାକୁ ମିଳିଛି । ରାଜ୍ୟ ପ୍ରଦୂଷଣ ବୋର୍ଡ ଜେ ଏସ ଡବ୍ଲୁ ସିମେଣ୍ଟ କାରଖାନା ସାମ୍ନା ଦେଇ ଯାଇଥିବା ନାଳରୁ ପାଣି ଓ ମାଟି ସଂଗ୍ରହ କରିଛନ୍ତି। ସେଠି ଦେଖିବାକୁ ପାଇଲେ, ଟାଟା କମ୍ପାନୀ ତାର ବର୍ଯ୍ୟ ପାଣି ସେହି ନାଳ ଦେଇ ଛାଡ଼ୁଛି । ଯାହାଫଳରେ ପାଣି ଦୁର୍ଗନ୍ଧ ହେଉଥିବାର ଦେଖିବାକୁ ମିଳିଛି।ସେହିପରି ଜିନ୍ଦଲ ତାର ବର୍ଯ୍ୟ ପାଣି ଯେଉଁ ପାଚେରୀ ବାଟ ଦେଇ ଛାଡ଼ୁଛି ସେଠୁ ମଧ୍ୟ ପାଣି ଓ ମାଟି ନମୁନା ସଂଗ୍ରହ କରାଯାଇଛି।ପୁଣି କଚେରି ଗାଁ ଦେଇ ଯାଇଥିବା ନାଳ ର ପାଣି ଓ ମାଟି ଦଶମାଣିଆ ଠାରୁ ସଂଗ୍ରହ କରିଛନ୍ତି।ଜିନ୍ଦଲ, ଜେ ଏସ ଡବ୍ଲୁ , ରୋହିତ ଓ ଟାଟା ଦ୍ଵାରା ସବୁଠାରୁ ଅଧିକ ପ୍ରଭାବିତ ହେଇଥିବା କଚେରି ଗାଁ, ଅରହାସାହି ଗାଁର ନଳ କୂପ ରୁ ମଧ୍ୟ ପାଣି ର ନମୁନା ନେଇଛନ୍ତି।କଳିଙ୍ଗନଗର ପ୍ରଦୂଷଣ ବୋର୍ଡ ର ମୁଖ୍ୟ ଙ୍କୁ ପଚାରିବାରୁ ସେ କହିଛନ୍ତି ଆଗରୁ ମଧ୍ୟ ମଇଥାନ କମ୍ପାନୀ କୁ ପ୍ରଦୂଷଣ ପାଇଁ ନୋଟିସ ହେଇଛି।ଜିନ୍ଦଲ କୁ ମଧ୍ୟ ବିଷାକ୍ତ ପାଣି ଛାଡୁଛି ବୋଲି ଆଗରୁ ତାଗିଦ କରିଛୁ। ରାଜ୍ୟ ପ୍ରଦୂଷଣ ବୋର୍ଡ ତରଫରୁ ଶାଶ୍ଵତ ମହାନ୍ତି, ଉଷାରାଣୀ ପଟ୍ଟନାୟକ (ଆଡିସିନାଲ ଚିଫ୍ ଏନଭୋରମେଣ୍ଟ ସାଇଣ୍ଟିଷ୍ଟ), ଶ୍ବାଶ୍ବତ ମହାନ୍ତି (ସିନିୟର ଏନଭୋରମେଣ୍ଟ ସାଇଣ୍ଟିଷ୍ଟ), ପ୍ରମୋଦ କୁମାର ବେହେରା (କଳିଙ୍ଗନଗର ପ୍ରଦୂଷଣ ବୋର୍ଡ ର ମୁଖ୍ୟ) ଓ ତାଙ୍କର ୧୦ ଜଣିଆ ଟିମ୍ ଆସି ଜେଏସ୍ଡବ୍ଲୁ, ଜିନ୍ଦଲ, ମଇଥାନ ଓ ଟାଟା କାରଖାନା ରେ ପରିଦର୍ଶନ କରିବା ସହିତ କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଲାଗିଥିବା ବାୟୁ ପ୍ରଦୂଷଣ ଯନ୍ତ୍ର ର ରିପୋର୍ଟ ସଂଗ୍ରହ କରିଥିବା ଦେଖିବାକୁ ମିଲିଛି। ଏଠାରେ ପ୍ରଶ୍ନ ଉଠେ ସ୍ଥାନୀୟ କଳିଙ୍ଗନଗର ପ୍ରଦୂଷଣ ବୋର୍ଡ ର ମୁଖିଆ ଆଗରୁ କିଛି ବି ପଦକ୍ଷେପ ଗ୍ରହଣ କରିନାହାନ୍ତି ତେବେ ଆଗକୁ କି ପଦକ୍ଷେପ ନିଆଯାଇଛି ତାହା ଦେଖିବାକୁ ବାକି ରହିଲା l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !