Posts

Showing posts from June 13, 2020

ଆର୍ଥିକ ସଂକଟର କରୁଣ ପରିଣତି, ଆତ୍ମହତ୍ଯା କଲେ କାରଖାନା ଶ୍ରମିକ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ବ୍ୟୁରୋ ରିପୋର୍ଟ: - ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ନୀଳାଚଳ ଇସ୍ପାତ କାରଖାନା ସେଣ୍ଟର ପ୍ଳାଣ୍ଟ ରେ ମେକାନିକାଲ ବିଭାଗ ରେ କାମକରୁଥିବା ସୁକିନ୍ଦା ବ୍ଲକ ସାରଙ୍ଗ ପୁର୍ ଗ୍ରାମର ଚିନ୍ତାମଣି ଜେନା ଙ୍କ ପୁଅ କିଶୋର ଜେନା(୩୧) ଙ୍କ ମୃତଦେହ ଧୂଳିଗଡ଼ ଗ୍ରାମପଞ୍ଚାୟତର ମାନଗୋବିନ୍ଦ ପୁର ଗଣ୍ଡା ନାଳ ପାଖରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି l ଆଜି ସକାଳୁ କିଛି ଲୋକ ବିଲକୁ ଯାଉଥିବା ବେଳେ ଝୁଲନ୍ତା ଅବସ୍ଥାରେ ଯୁବକକୁ ଦେଖି ସ୍ଥାନୀୟ ସରପଞ୍ଚ ମୀନା ରାଣୀ ବେହେରା ଙ୍କୁ ଜାଣଇ ଥିଲେ l  ସରପଞ୍ଚ ସଙ୍ଗେ ସଙ୍ଗେ ଦାନଗଦି ଫାଣ୍ଡି ଅଧିକାରୀଙ୍କୁ ସୂଚନା ଦେଇଥିଲେ l ଦାନଗଦି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପୋଷ୍ଟମର୍ଟମ କରିବାକୁ ପଠାଇ ଘଟଣା ର ତଦନ୍ତ କରୁଛନ୍ତି l ପରିବାର ର ଅଭିଯୋଗ ଅନୁସାରେ ସେ ନୀଳାଚଳ କାରଖାନାରେ କାମକରୁଥିବା ବେଳେ ଆଜକୁ ୪ ମାସ ହେବ ଦରମା ପାଇନଥିଲେ ତେଣୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ଯା କରିଥିବା ଜଣାପଡିଛି l ଗାଁ ଲୋକେ କହିବା ଅନୁସାରେ ଦରମା ନ ପାଇ ଆର୍ଥିକ ଅନାଟନ ରେ ଚଳୁଥିଲେ, ରଜ ପର୍ବ ପାଳନ ପାଇଁ ପଇସା ନାହିଁ ତେଣୁ ପରିବାର ମଧ୍ୟରେ ଏ ନେଇ କଳହ ସୃଷ୍ଟି ହେଲା ତେଣୁ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଏ l Umakanta Moha