Posts

Showing posts from January 24, 2022

ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀଙ୍କ ଭୋଟ ବର୍ଜ୍ଜନ ନିଷ୍ପତ୍ତି l

Image
   କଳିଙ୍ଗନଗର/ଦାନଗଦୀ(ବ୍ୟୁରୋ ରିପୋର୍ଟ) :- ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ବ୍ଲକ ଶାଳିଜଙ୍ଗା ପଞ୍ଚାୟତର ୮ନମ୍ବର ୱାର୍ଡ ବୀଣାପାଟିଆ ଗ୍ରାମର ବାସିନ୍ଦlମାନେ ଦୀର୍ଘ ବର୍ଷଧରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଥିବା ପ୍ରତିବାଦରେ ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମୂହ ଭୋଟ ବର୍ଜ୍ଜନ କରିବାକୁ ଚରମ ନିଷ୍ପତ୍ତି ନେଇଛନ୍ତି l ଏଥିପାଇଁ ସେମାନେ ଗ୍ରାମର ୱାର୍ଡ ସଭ୍ୟ ପାଇଁ କୋୖଣସି ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିନାହାନ୍ତି l ଗ୍ରାମର ମୁଖ୍ୟ ସମସ୍ୟା ରାସ୍ତା ଓ ପାନୀୟ ଜଳର ସୁବନ୍ଦୋବସ୍ତ ପାଇଁ ଗ୍ରାମବାସୀମାନେ ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିଲେହେଁ ରାଜନୈତିକ କିମ୍ବା ପ୍ରଶାସନିକ ସ୍ତରରେ କୋୖଣସି ପଦକ୍ଷେପ ନିଆନଯିବା ଫଳରେ ସେମାନେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି l ପଞ୍ଚାୟତ ମୁଖ୍ୟାଳୟ ଶାଳୀଜଙ୍ଗା ଠାରୁ ଗ୍ରାମକୁ ରାସ୍ତା ନଥିବାରୁ ଗ୍ରାମବାସୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି l ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଆବଶ୍ୟକ ବେଳେ ଗ୍ରାମକୁ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡି ଆସିପାରୁନାହିଁ l ସୁକିନ୍ଦା ବିଧାୟକ ରାସ୍ତା ନିର୍ମାଣ ନିମନ୍ତେ ୬ମାସ ତଳେ ଶୁଭଦାନ କରିଥିଲେହେଁ ରାଜନୈତିକ ଇଛା ଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳାରୁ ଅଦ୍ୟାବଧି ର...