Posts

Showing posts from November 25, 2019

ଦାନଗଦି ବ୍ଲକ ମାନଗୋବିନ୍ଦ ପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଘୋଟାଲା ଅଭିଯୋଗ l

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ମାନଗୋବିନ୍ଦ ପୁର ନୋଡାଲ ଉଚ୍ଚ  ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଘୋଟାଲା ନେଇ ଗତ 17-07-2019 ରେ ଅଭିଭାବକ ଓ ଏସ୍ ଏମ୍ ସି ମେମ୍ବରଙ୍କ ଅଭିଯୋଗ କରିଥିଲେ ଓ ଏହା ଲିଖିତ ଆକାରରେ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ବ୍ଳକ ଶିକ୍ଷା ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା l ଫଳ ସ୍ବରୂପ ସେତେବେଳେ ର BEO ଓ ABEO ଏହି କାର୍ଯ୍ୟ କୁ ନେଇ ମଧ୍ୟାହ୍ନ ଭୋଜନ କୁ ନେଇ ଖୁଲାସା କରିଥିବା ପ୍ରଧାନ ଶିକ୍ଷକ ଙ୍କୁ ତୁରନ୍ତ ବଦଲାଇ ନୂତନ ପ୍ରଧାନ ଶିକ୍ଷକ ନିଯୁକ୍ତି ଦେଲେ କିନ୍ତୁ ଏ ସବୁ ଘଟଣା ମଧ୍ୟାହ୍ନ ଭୋଜନ ବଣ୍ଟନ କରୁଥିବା ମା ତାରିଣୀ ସ୍ଵୟଂ ସହାୟକ ଗୋଷ୍ଠୀ ର ମୁଖ୍ୟ କାଞ୍ଚନବାଳା ପୃଷ୍ଟି କିଛି ମୁଷ୍ଟିମେୟ ଲୋକଙ୍କୁ ନେଇ ଓ BEO ଓ ABEO ଙ୍କୁ ସଲାସୁତରା କରି ବିନା ଦୋଷରେ ଅଭିଯୋଗ କରିଥିବା ପ୍ରଧାନ ଶିକ୍ଷକ ଙ୍କୁ ତୁରନ୍ତ ବଦଲାଇ ଦେଇଥିଲେ l କିନ୍ତୁ ଅଭିଯୋଗ ଅନୁଯାୟୀ ସ୍ଵୟଂ ସହାୟକ ଗୋଷ୍ଠୀ କୁ ପରିବର୍ତ୍ତନ ନ କରି ତା ବଦଳରେ ପ୍ରଧାନ ଶିକ୍ଷକ ଙ୍କୁ ବଦଳି କରିବା ର କଣ ମାନେ ଥାଇପାରେ l ସେହି ବିଦ୍ୟାଳୟ ରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଵୟଂ ସହାୟକ ଗୋଷ୍ଠୀ ଗୋଷ୍ଠୀ କୁ ଦୀର୍ଘ ବର୍ଷ ଧରି ମଧ୍ୟାହ୍ନ ଭୋଜନ ବଣ୍ଟନ ଦୟିତ୍ଵ ଦେବାର ଆବଶ୍ୟକତା କଣ ହୋଇପାରେ l ଏତେ ଅଭିଯୋଗ ପରେ ମଧ୍ୟ ପ୍ରଶାସନ କିମ୍ବା ଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ହେଲାନାହ

ଜୟପୁର ସହର ପୋଲିସ୍ ଦ୍ଵାରା ଜୁଆ ଆଡ୍ଡା ଉପରେ ଚଢ଼ାଉ, ୮ ଜଣ ଜୁଆଡିଙ୍କୁ ଗିରଫ l

Image
କୋରାପୁଟ (ବ୍ୟୁରୋ) - ଜୟପୁର ସଦର ଥାନା ପୋଲିସ ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢାଉକରି ୮ ଜଣ ଜୁଆଡିଙ୍କୁ ଗିରଫ କରିଛି। ପୋଲିସ୍ ଏସ୍ ଆଇ ଏମ୍. ଡି. ନାୟକ ବୈରାଗୀ ମଠ ପାଖରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ୮ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୪୪,୨୫୦ ଟଙ୍କା ୭ ଟି ମଟର ସାଇକେଲ, ୮ଟି ମୋବାଇଲ୍ ଫୋନ୍ ଓ ଚାରି ପ୍ୟାକେଟ୍ ତାସ୍ କୁ ଜବଦ କରିଛି। ଜୟପୁର ସଦର ଥାନା କେସ୍ ନଂ 215/19 u/s 3 OPG ରେ କେସ୍ ରୁଜୁ କରି କୋଟ୍ ଚାଲାଣ କରିଛି I Rita vision News